ଅଭିଜିତ ଓ ଅମ୍ରିତ ଚମ୍ପିୟାନ
ବୌଦ୍ଧ: ରାଜ୍ୟ ବେଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ବୌଦ୍ଧ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ୨୭ଟି ଜିଲାରୁ ୧୨୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଉଦଯାପନ ଦିବସରେ ମୁଖ୍ୟଅତିଥିଭାବେ ବୌଦ୍ଧ ବ୍ଳକ ଅଧକ୍ଷ୍ୟ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ ଓ ସମ୍ମାନୀତ ଅତିଥିଭାବେ ହରଭଙ୍ଗା ବ୍ଳକ ଉପାଧକ୍ଷ୍ୟ ସରୋଜ କୁମାର ପ୍ରଧାନ, ଜିଲା କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ଆଇନଜିବୀ ନବ କୁମାର ମିଶ୍ର, ଜିଲା ଟ୍ରକ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର , ଓଡ଼ିଶା ବ୍ୟାଡମିଣ୍ଟନ ଏସୋସିଏସନ ସଂପାଦକ ନିଲିନ କୁମାର, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଉପସଭାପତି ପ୍ରଦୀପ ପଟ୍ଟନାୟକ, କୋଷାଧକ୍ଷ୍ୟ ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ବାଳକ ଡବଲସ ଗ୍ରୁପରେ ଭୁବନେଶ୍ୱରର ଅଭିଜିତ ମହାରଣା ଓ ଅମ୍ରିତ ମହାନ୍ତି ଯୋଡି ଚମ୍ପିୟାନ ହୋଇଥିବାବେଳେ ବାଲେଶ୍ୱରର ଅମୀୟ କୁମାର ନାଏକ ଓ ସମ୍ବଲପୁରର ତହସିଦ ଖାନ ଯୋଡି ରନର୍ସଅପ ହୋଇଥିଲେ। ସେହିପରି ବାଳିକା ସିଙ୍ଗେଲସରେ ସୁନ୍ଦରଗଡର ବିଶାଖା ଟପୋ ବିଜୟୀ ହୋଇଥିବାବେଳେ କଟକ ର ଶୃତି ସ୍ୱାଇଁ ରନର୍ସଅପ ହୋଇଥିଲେ। ବାଳକ ସିଙ୍ଗଲସରେ ସମ୍ବଲପୁରର ତହସିଦ ଖାଁ ବିଜୟୀ ହୋଇଥିବାବେଳେ ବାଲେଶ୍ୱରର ମୟଙ୍କ ଭରଦ୍ୱାଜ ରନର୍ସଅପ୍ ହୋଇଥିଲେ। ବାଳିକା ଡବଲସରେ ଯାଜପୁରର ପ୍ରଗତି ପରିଡା ଓ ସୁନ୍ଦରଗଡର ବିଶାଖା ଟପୋ ବିଜୟୀ ହୋଇଥିବାବେଳେ ଭୁବନେଶ୍ୱରର ହର୍ଷିତା ରାଉତ ଓ କଟକର ଶ୍ରୁତି ସ୍ୱାଇଁ ରନର୍ସଅପ ହୋଇଥିଲେ। ମିକ୍ସ ଡବଲସରେ ଅଭିଜିତ ମହରଣା ଓ ହର୍ଷିତା ରାଉତ ବିଜୟୀ ହୋଇଥିବାବେଳେ ଅମ୍ରିତ ମହାନ୍ତି ଓ ଶ୍ରୁତି ସ୍ୱାଇଁ ରନର୍ସଅପ ହୋଇଥିଲେ। ଶେଷରେ କୃତି ଖେଳାଳୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସମସ୍ତ ଖେଳକୁ ରାଜ୍ୟ ବେଡମିଣ୍ଟନ ଏସୋସିଏସନ ଦ୍ୱାରା ମନୋନୀତ ରେଫରି ବିଜୟ କୁମାର ବାଗ , ଜୟନ୍ତ କୁମାର ମିଶ୍ର, ଲକ୍ଷପତି ନନ୍ଦ, ସମୀର ସାହୁ , ରୁପକ ପ୍ରଧାନ, ମନୀଷ କୁମାର ହାଁସଦା, ହରିପ୍ରସାଦ ଅନ୍ତଲ, ପରାଗ ପ୍ରଧାନ, ହେମାନନ୍ଦ ଥାପା, ସ୍ନେହାଶିଶ ପ୍ରଧାନ , ଡ. କିଶୋର ଚନ୍ଦ୍ର ପଟନାୟକ, ବଦ୍ରିନାରାୟଣ ମିଶ୍ର, ବିବେକାନନ୍ଦ କର୍ଣ୍ଣ ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ଜିଲା ବେଡମିଣ୍ଟନ ସଂଘର ସଭାପତି ଜୁଲିୟସସିଜର ମହାକୁଳ ଉପସଭାପତି ପ୍ରଦୋଷ କୁମାର ମହାରଣା, ସଂପାଦକ ହୃଦାନନ୍ଦ ମିଶ୍ର, ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ, ବ୍ରଦିନାରାୟଣ ମିଶ୍ର,ବିଭୁ ପଣ୍ଡା, ପରେଶ ବେହେରା, ପ୍ରିତମ ମିଶ୍ର, ହେମନ୍ତ ଚମ୍ପତି, ବିଘ୍ନେଶ ଅଗ୍ରୱାଲା, ଆଲୋକ ରଥ, ଗଣେଷ ମହାପାତ୍ର,ଏସକେ ସାହାଜାହାନ,ଶିବାନନ୍ଦ ସାହୁ ଓ ସଂଘର ସମସ୍ତ ସଦସ୍ୟଙ୍କ ପୁର୍ଣ୍ଣ ସହଯୋଗରେ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା।

Comments are closed.