www.samajalive.in
Saturday, December 13, 2025
26.1 C
Bhubaneswar

ରାଜାରାଣୀ ସଂଗୀତ ଉତ୍ସବର ଦ୍ବିତୀୟ ସନ୍ଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ ର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଆର୍ ବାଲକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କର ମୁଖ୍ୟ ଉପଦେଷ୍ଟା, ଦିଲ୍ଲୀପ କୁମାର ବିଶୋଇ, ରାଜ୍ୟ ସୂଚନା କମିଶନର, ସୁଦର୍ଶନ ପଟ୍ଟନାୟକ, ପଦ୍ମଶ୍ରୀ ଉପାଧିରେ ଭୂଷିତ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବାଲୁକା କଳାଶିଳ୍ପୀ, ରଞ୍ଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ।

ଅତିଥିମାନେ ସମୂହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାର ଏହି କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ସାରଙ୍ଗୀ ବାଦକ ତଥା କିମ୍ବଦନ୍ତୀ ପୁରୁଷ ଉସ୍ତାଦ ସବିର୍ ଖାଁ ତାଙ୍କ ସାରଙ୍ଗୀ ବାଦନରେ ଦର୍ଶକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସେ ହେଉଛନ୍ତି ସିକର ଘରାନାର ଆଲୋକଦୀପ୍ତ ଦାୟାଦ। ଆଜିର ସନ୍ଧ୍ୟାରେ ସେ ରାଗ ‘କୌଶିକ କାନାଡ଼ା’ ବାଦନ କରିଥିଲେ।

- Advertisement -

ତାଙ୍କ ବାଦନରେ ରାଗର ଶୁଦ୍ଧତା ସହିତ ସୃଜନଶୀଳ ଗାୟକୀ ତଥା ତାଳ ମାଧୁର୍ଯ୍ୟର ଅପୂର୍ବ ସଂଯୋଗ ଦେଖିବାକୁ ମିଳିଥିଲା। ଏହି ସାରଙ୍ଗୀ ବାଦନରେ ତବଲାରେ ତାଙ୍କୁ ସହାୟତା କରିଥିଲେ ଏମ.ଆର.ନଜର୍। ରାଜାରାଣୀ ସଙ୍ଗୀତ ସନ୍ଧ୍ୟାର ଦ୍ବିତୀୟ ଦିନର ଦ୍ୱିତୀୟ ପ୍ରସ୍ତୁତି ରହିଥିଲା ଗୁରୁ ବିଜୟ କୁମାର ଜେନାଙ୍କର। ସେ ଜଣେ ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଛାତ୍ର ବତ୍ସଳ ଗୁରୁ, ଗବେଷକ ଏବଂ ଓଡ଼ିଶୀ କଣ୍ଠଶିଳ୍ପୀ ମଧ୍ୟ। ତାଙ୍କର ସୁଲଳିତ କଣ୍ଠ ଏବଂ ସାବଲୀଳ ଗାୟନଶୈଳୀ ମାଧ୍ୟମରେ ଉପସ୍ଥିତ ଦର୍ଶକମାନଙ୍କୁ ସେ ଆମୋଦିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories