www.samajalive.in
Monday, December 15, 2025
16.1 C
Bhubaneswar

ଟିଟିଲାଗଡ଼ର ପୁଣ୍ୟଶ୍ଳୋକ ଓଜେଏସ ପରୀକ୍ଷାରେ କୃତକାର୍ଯ୍ୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହରର ପୁଣ୍ୟଶ୍ଳୋକ ଦାଶ  ଓଜେଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସହରର ସ୍ୱାଧୀନପଡା ନିବାସୀ ତଥା ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଏବଂ ଘଣ୍ଟାଶୁନି ସ୍କୁଲର ଶିକ୍ଷୟତ୍ରୀ ସୁମିତ୍ରା ଦାଶଙ୍କ ଜୈଷ୍ଠ ପୁତ୍ର ପୁଣ୍ୟଶ୍ଳୋକ ଓଜେଏସ ୨୦୨୧ରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଅଣସଂରକ୍ଷିତ ବର୍ଗରେ ୨୫ତମ ସ୍ଥାନରେ ରହିଛନ୍ତି । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ପୁଣ୍ୟଶ୍ଳୋକ ପ୍ରଭାବତୀ ପବ୍ଲିକ ସ୍କୁଲ, ବଡ଼ମାଲ କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଶେ​ଷ‌େ କରିବା​‌​‌ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ବିଶାଖାପାଟଣାରେ ତୃତୀୟ ସ୍ଥାନରେ ସମ୍ମାନ ସହ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ଟିସ ମୁମ୍ବାଇରୁ ଏଲଏଲଏମ ଡିଗ୍ରୀ ସହ ଟପ୍ପର ହୋଇଥିଲେ। ନେଟ ପରୀକ୍ଷାରେରେ କୃତକାର୍ଯ୍ୟ ହେବା ପରେ ସେ ବର୍ତ୍ତମାନ ବିର୍ଲା ଆଇନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ ଅଛନ୍ତି। ଏହା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି। ପୁଣ୍ୟଶ୍ଳୋକଙ୍କ ସଫଳତା ନେଇ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ବିଚାରପତି ରାଧାକାନ୍ତ ପାଢ଼ୀ, ବିଚାରପତି ପଲ୍ଲବୀ ସାହୁ, ଅବସର ପ୍ରାପ୍ତ ଟିଟିଲାଗଡ଼ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଛାୟାକାନ୍ତ ଷଡ଼ଙ୍ଗୀ, ପ୍ରଭାବତୀ ସ୍କୁଲ ଅଧ୍ୟକ୍ଷା ଡ଼ଃ ସୁନନ୍ଦା ଜତି, ବ୍ଳକ ଶିକ୍ଷା ଅଧିକାରୀ ଆର୍ତତ୍ରାଣ ରଥ, ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଶରତ ମିଶ୍ର, ପ୍ରମୋଦ ପାଳ ତଥା ଟିଟିଲାଗଡ଼ ଅଞ୍ଚଳର ବିଭିନ୍ନ ହାଇସ୍କୁଲର ଶିକ୍ଷକ ପୁଣ୍ୟଶ୍ଳୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରିବାର ପକ୍ଷରୁ ତାଙ୍କ ଅଜା ବଂଶୀଧର ଦାଶ, ବଡ଼ ବାପା ବିଭୁତି ଭୂଷଣ ଦାଶ, ମାମୁଁ ପୁରୁଷୋତ୍ତମ ଦାଶ, ସୁଶୀଲ ତ୍ରିପାଠୀ, ଖଡ଼ଗପୁର ଆଇଆଇଟିରେ ମେଡିକାଲ ଟେକନୋଲୋଜିରେ ପିଜି କରୁ ଥିବା ସାନ ଭାଇ ଡା. ପ୍ରଭୁକଲ୍ୟାଣ ଦାଶ, ଭୋଜରାଜ ଦାଶ ପ୍ରମୁଖ ଶିକ୍ଷା ଗ୍ରହଣକୁ ପ୍ରାଧାନ୍ୟ ଦେଇଥିବା ପୁଣ୍ୟଶ୍ଳୋକଙ୍କ ଅଧ୍ୟବସାୟ, କଠିନ ପରିଶ୍ରମ ସମାଜରେ ସମସ୍ତ ଛାତ୍ରଛାତ୍ରୀ ପାଇଁ ପ୍ରେରଣା ହେଉ ବୋଳି ଆଶା ପ୍ରକଟ କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories