www.samajalive.in
Friday, December 12, 2025
26.1 C
Bhubaneswar

ତିଗିରିଆରେ ରାଷ୍ଟ୍ରୀୟ ଲୋକ ଅଦାଲତ

ତିଗିରିଆ :  ତାଲୁକ ଆଇନ ସେବା କମିଟି ତିଗିରିଆ ଆନୁକୂଲ୍ୟରେ ତିଗିରିଆ ଅଦାଲତ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ତିଗିରିଆ ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷା ତଥା ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଅଧ୍ୟକ୍ଷତା କରି ଏହାକୁ ପରିଚାଳନା କରିଥିଲେ । ନିର୍ଦ୍ଧାରିତ ହୋଇଥିବା ୩୪ ଗୋଟି ଫୌଜଦାରୀ ମାମଲା ମଧ୍ୟରୁ ୨୨ ଗୋଟି ମାମଲାର ଫଇସଲା କରାଯାଇଥିବା ବେଳେ ତିଗିରିଆ ତହସିଲର ୧୬୫ ଗୋଟି ରାଜସ୍ୱ ମାମଲା ଫଇସଲା ହୋଇ ୨୮୩୧୯ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ସେହିପରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନୂଆପାଟଣା ଶାଖାର ଅନାଦେୟ ଋଣ ମଧ୍ୟରୁ ୮ଟିର ଫଇସଲା କରାଯାଇ ମୋଟ ୩,୫୪,୦୬୬ ଟଙ୍କା ଆଦାୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଓକିଲ ସଂଘ ସଭାପତି ସରୋଜ କୁମାର ସାହୁ, ସରକାରୀ ଓକିଲ (କ୍ୟାଡ଼ର) ରଶ୍ମିପ୍ରଭା ମହାପାତ୍ର, ସରକାରୀ ଓକିଲ ମଙ୍ଗଳକୃଷ୍ଣ ଦାସ ଓ ପଠାଣି ଚରଣ ବେହେରା, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ବିକ୍ରମ କେଶରୀ ଦାଶ, ସଞ୍ଜୟ ଦାଶ, ଶାନ୍ତନୁ କୁମାର ଦାସ,ତନ୍ମୟ କୁମାର ମିଶ୍ର, ରଞ୍ଜନ କୁମାର ମହାରଣା, ସୁଚିତ୍ର କୁମାର ସାହୁ ପ୍ରମୁଖ ଆଇନଜୀବୀମାନଙ୍କ ସହିତ ଅଦାଲତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମକୁ ସହାୟକ ସୂର୍ଯ୍ୟକାନ୍ତ ବେହେରା ସଂଯୋଜନା କରିଥିଲେ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories