www.samajalive.in
Friday, December 12, 2025
23.1 C
Bhubaneswar

ବାତଜ୍ୱର ଚିହ୍ନଟ ଲାଗି ରାତ୍ରିକାଳୀନ ରକ୍ତ ପରୀକ୍ଷା ; ଦୁଇଟି ଶିବିରରେ ୩୩୧ ରକ୍ତ ନମୁନା ସଂଗ୍ରହ

ତିଗିରିଆ :  ବାତଜ୍ୱର (ଫାଇଲେରିଆ) ରୋଗ ଚିହ୍ନଟ ପାଇଁ ତିଗିରିଆ ବ୍ଲକ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାତ୍ରିକାଳୀନ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ବହୁଳ ଜନସଂଖ୍ୟା ବିଶିଷ୍ଟ ଗଦାଧରପୁର ପଞ୍ଚାୟତରେ ଦୁଇଟି ସ୍ଥାନ, ଗଦାଧରପୁର ଏବଂ ରଘୁରାମପୁରରେ ପୃଥକ ପୃଥକ ଶିବିର ଆୟୋଜନ କରାଯାଇ ସମୁଦାୟ ୩୩୧ ଜଣଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ରାତିରେ ବାତଜ୍ୱରର କାରକ ମଶାମାନେ ସକ୍ରିୟ ହୋଇଥାନ୍ତି ଏବଂ ଲୋକଙ୍କୁୁ କାମୁଡ଼ିଥାନ୍ତି। ଅପରପକ୍ଷେ ଗତ କିଛି ଦିନ ତଳେ ଏହି ପଞ୍ଚାୟତରୁ ବହୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ପୁଷ୍ପିତା ସ୍ୱାଇଁଙ୍କ ସ୍ୱତନ୍ତ୍ର ଉଦ୍ୟମ କ୍ରମେ ଏହି ଶିବିର ଆୟୋଜନ କରାଯାଇ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ କୀଟତତ୍ତ୍ବବିତ୍ ତୃପ୍ତୀରାଣୀ ନାୟକ, ଜିଲ୍ଲା ବାତଜ୍ୱର ପରିଦର୍ଶକ ବିଜୟ କୁମାର ବେଉରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସଂଖ୍ୟାନ ସହାୟକ ମନୋରଞ୍ଜନ ଦାଶ, ସରପଞ୍ଚ ଶ୍ରୀମତି ସ୍ୱାଇଁ, ସ୍ୱାସ୍ଥ୍ୟକର୍ମୀ ଦିଲ୍ଲୀପ କୁମାର ପଣ୍ଡା, ମହିଳା ସ୍ୱାସ୍ଥ୍ୟକର୍ମୀ ସରସ୍ୱତୀ ସେଠ, ସ୍ୱାସ୍ଥ୍ୟ ପରିଦର୍ଶକ ଅକ୍ଷୟ ଭୁଜବଳ, ମଞ୍ଜୁଳା କୁମାରୀ ଦେଇ, ସୀମା ବରାଳ, ସୌମ୍ୟରଞ୍ଜନ ସ୍ୱାଇଁ, ଭଞ୍ଜ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରକ୍ତ ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି। ଦିନେ ଦୁଇଦିନ ମଧ୍ୟରେ ପରୀକ୍ଷଣ ରିପୋର୍ଟ ଆସିବା ପରେ ଅଞ୍ଚଳରେ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories