ସାପ୍ତାହିକ ରାଶିଫଳ (୧୩ରୁ ୧୯/୧୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Nov 13, 2022 Share ମେଷ : ରବିବାର ଓ ସୋମବାର କର୍ମକ୍ଷେତ୍ରରେ ମଧ୍ୟମ ଫଳ ଳାଭ ହେବ। ଦୂରଯାତ୍ରା ନ କରିବା ଭଲ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସନ୍ତାନ ଲାଭ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ। ବୃଷ : ରବିବାର ଓ ସୋମବାର ପୈତୃକ ସମ୍ପତ୍ତି ଜନିତ ସମସ୍ୟା ଦେଖାଦେବ। ମଙ୍ଗଳବାର ଓ ବୁଧବାର ପ୍ରଶଂସିତ ହେବେ। ବ୍ୟବସାୟ ଆରମ୍ଭ କରିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନୀୟ। ଶତ୍ରୁଦ୍ବାରା ପ୍ରଭାବିତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ମିଥୁନ : ରବିବାର ଓ ସୋମବାର କର୍ମ ଅନୁରୂପ ଫଳ ଲାଭ ହେବ। ନୂତନ ବନ୍ଧୁ ଲାଭ ହେବ। ମଙ୍ଗଳବାର ଓ ବୁଧବାର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ପଦୋନ୍ନତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ। କର୍କଟ: ରବିବାର ଓ ସୋମବାର ଦୂରଯାତ୍ରା କରିବା ଉଚିତ୍ ନୁହେଁ। ଯାନବାହନ ଜନିତ ସମସ୍ୟା ଦେଖାଦେବ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ର ବ୍ୟାପକ ହେବ। ଲାଭବାନ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତିଟି ପଦକ୍ଷେପରେ ସାବଧାନତା ଅବଲମ୍ବନ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସ୍ତୋତ୍ର ପାଠ କରନ୍ତୁ। ସିଂହ : ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସଫଳତା ମିଳିବ। ଦେବାର୍ଚ୍ଚନାରେ ଆନନ୍ଦିତ ହେବେ। ମଙ୍ଗଳବାର ଓ ବୁଧବାର ମାନସିକ ଦ୍ବନ୍ଦ୍ବ ଦେଖାଦେବ। ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ହେବେ। ସ୍ତ୍ରୀହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। କନ୍ୟା : ରବିବାର ଓ ସୋମବାର ଲକ୍ଷ୍ୟ ସାଧନରେ ବ୍ରତୀ ହେବେ। ସଫଳତା ମିଳିବ। ମଙ୍ଗଳବାର ଓ ବୁଧବାର କର୍ମକୁଶଳୀ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଅଯଥା ସମସ୍ୟାରେ ଛନ୍ଦି ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ତୁଳା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧାର୍ମିକ ଚିନ୍ତାଧାରା ଯୁକ୍ତ ହେବେ। ଆର୍ଥିକ ସ୍ଥିତି ଉନ୍ନତ ରହିବ। ବୁଧବାର ଓ ଗୁରୁବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ଶତ୍ରୁରେ ବିଜୟ ପ୍ରାପ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀଙ୍କ ସ୍ତୋତ୍ର ପାଠ କରନ୍ତୁ। Related Posts କେନ୍ଦୁପଲ୍ଲୀ ସୋସାଇଟିରେ ଧାନ ମଣ୍ଡି ଉଦଘାଟିତ Jan 11, 2025 ପୁଣି ବେଦାନ୍ତର ଗ୍ରାମସଭା କରିବା ନିଷ୍ପତ୍ତିକୁ… Jan 11, 2025 ବିଛା : ରବିବାର ଓ ସୋମବାର ଜଗିରଖି ଚଳିବେ। ଦୂରଯାତ୍ରା କରିବା ନିଷେଧ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଭ୍ରମଣ ପ୍ରିୟ ହେବେ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ ହେବ। ସ୍ତ୍ରୀହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମ ପ୍ରବଣ ହେବେ। ଧନୁ : ରବିବାର ଓ ସୋମବାର ପ୍ରୀତି ଲାଭ ହେବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିବେ। ମଙ୍ଗଳବାର ଓ ବୁଧବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମାନସିକ ଅବସାଦ ସୃଷ୍ଟି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟକରି ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସୁମିଷ୍ଟ ଦ୍ରବ୍ୟ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା କବଚ ପାଠ କରନ୍ତୁ। ମକର : ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମଙ୍ଗଳବାର ଓ ବୁଧବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ସମସ୍ୟା ଦୂରୀଭୂତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଜଗିରଖି ଚଳିବେ। ଲାଞ୍ଚ ଓ ମିଛଠାରୁ ଦୂରେଇ ରହିବେ। ନଚେତ୍ ବିପଦରେ ପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ ଅସୁବିଧାରେ ପଡ଼ିପାରନ୍ତି। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଚଣ୍ଡୀ ପାଠ କରନ୍ତୁ। କୁମ୍ଭ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଚାହୁଁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। କର୍ମକୁଶଳୀ ହେବେ। ବୁଧବାର ଓ ଗୁରୁବାର ମାଲିମକଦ୍ଦମାେର ବିଜୟ ଲାଭ ହେବ। ଶୁକ୍ରବାର ଓ ଶନବାର ଭ୍ରମଣ ପ୍ରିୟ ହେବେ। ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶନିଙ୍କ ପୂଜା କରନ୍ତୁ। ମୀନ : ରବିବାର ଓ ସୋମବାର କର୍ମବନ୍ଧନର ଯୋଗ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମସ୍ୟା ସମାଧାନରେ ବ୍ରତୀ ହେବେ। ଶୁକ୍ରବାର ଓ ଶନିବାର ମାଲିମକଦ୍ଦମାରେ ଜୟ ଲାଭ ହେବ। ଧନଲାଭ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁରୂପ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁତ୍ତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ। Share FacebookTwitterWhatsApp
Comments are closed.