www.samajalive.in
Friday, December 12, 2025
14.1 C
Bhubaneswar

କଖଡି-ମହାଳପଡା କାର୍ତ୍ତିକେଶ୍ୱର ଭସାଣୀ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଗୁରୁଡିଝାଟିଆ :  କଖଡି-ମହାଳପଡା ସାର୍ବଜନୀନ କାର୍ତ୍ତିକେଶ୍ୱର ଭସାଣୀ ଶାନ୍ତିପୂର୍ଣ୍ଣ ଭାବରେ ସପନ୍ନ ହୋଇଛି । ଦୁଇଦିନ ଧରି ଅନୁଷ୍ଠିତ ଏହି ଭସାଣୀ ଉତ୍ସବରେ ୮ଖଣ୍ଡ ମେଢ ଗାନ୍ଧିହାଟ ପଡିଆରୁ ବାହାରି ମହାଳପଡା, କଖଡି ଦେଇ ଘାଟକୂଳ ଠାରେ ନିର୍ମିତ କୃତିମ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲେ। ପ୍ରତ୍ୟେକ ପୂଜା କମିଟିର ସଦସ୍ୟ, ମୁରବୀ ଓ ଶାନ୍ତିକମିଟି ସଦସ୍ୟମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହେବା ଅନ୍ୟ ଯାତ୍ରା କମିଟି ପାଇଁ ଏକ ଉଦାହରଣ ବୋଲି ଭସାଣୀ ଉତ୍ସବ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି କୁମାର ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତପ୍ରକାଶ କରିଥିଲେ। ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ କୁମାର ଛତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ସରପଞ୍ଚ କଳ୍ପାନ ଛତାର, ଭାଗିରଥି ସାହୁ, ରଞ୍ଜନ କୁମାର ମୁଦୁଲି, ଚନ୍ଦ୍ରଶେଖର ପରିଡା, ବେଣୁଧର ମହାନ୍ତି, ସୁରେନ୍ଦ୍ର କୁମାର ମହାନ୍ତି, ବ୍ରଜରାଜ ଖଟୁଆ, ଟିପିଏମ ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ନାୟକ, ଉପଆରକ୍ଷୀ ନିରୀକ୍ଷକ ବିଭୂତି ଭୂଷଣ ମର୍ଦରାଜଭୂୟାଁ, ଉପପୁଲିସ ନିରୀକ୍ଷକ ମାନସ କୁମାର ମହାରଣା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପ୍ରତ୍ୟେକ ପୂଜାକମିଟିର କର୍ମକର୍ତ୍ତା ପକ୍ଷରୁ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories