www.samajalive.in
Monday, December 15, 2025
15.1 C
Bhubaneswar

ନିତା ଫୁଟବଲ ଏକାଡେମୀ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗୁରୁଡିଝାଟିଆ :  ରାଜ୍ୟରେ ମହିଳା ଫୁଟବଲ ଖେଳର ପ୍ରଚାର ପ୍ରସାର କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ନିତା ଫୁଟବଲଏକାଡେମୀ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ରାଜ୍ୟକୁ ଦେଶରେ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବା ସହିତ ବାଳିକାମାନଙ୍କ କ୍ଷେତ୍ରରେ ଫୁଟବଲ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରାଇପାରିବ ବୋଲି ଖୁଣ୍ଟୁଣୀ ନିକଟସ୍ଥ ରାଧାଦାମୋଦରପୁର ଠାରେ ପ୍ରତିଷ୍ଠିତ ଧବଳେଶ୍ୱର ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ନିତା ଫୁଟବଲ ଏକାଡେମୀର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ଓଡିଶା ଫୁଟବଲ ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା ଏହି ମତପ୍ରକାଶ କରିଛନ୍ତି । ନିତା ଫୁଟବଲ ଏକାଡେମୀର ମ୍ୟାନେଜିଂ ଟ୍ରଷ୍ଟି ଇଂ ସୁବ୍ରତ ଦାସ ପ୍ରଶିକ୍ଷଣ ଶିବିର ଉଦଘାଟନ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ୨୫ଜଣ ବାଳିକାଙ୍କୁ ଉତ୍ତମ ରୂପେ ପ୍ରଶିକ୍ଷିତ କରି ଦକ୍ଷ ଖେଳାଳୀ ଭାବରେ ଗଢିତୋଳି ଜାତୀୟସ୍ତରରେ ପ୍ରତିଷ୍ଠା କରାଇବା ଏକାଡେମୀର ଲକ୍ଷ୍ୟ। ରାଜ୍ୟରେ ଫୁଟବଲ ଖେଳର ପ୍ରସାର ଦିଗରେ ନିତା ଏକାଡେମୀ ମହନୀୟ ଲକ୍ଷ୍ୟ ରଖି ବାଳିକାମାନଙ୍କୁ ଅଗ୍ରଣୀ କରିବା ଦିଗରେ ଉଦ୍ୟମ ଅବ୍ୟାହତ ରଖିଛି । ପର୍ଯ୍ୟାୟକ୍ରମେ ଏହି ଏକାଡେମୀରେ ବାଳିକାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ମାଗଣାରେ ଉପଲବ୍ଧ ହେବ। ଏପରିକି ଖାଦ୍ୟ, ବାସଗୃହ, ପ୍ରଶିକ୍ଷଣ ଓ ଶିକ୍ଷା ମଧ୍ୟ ବିନା ଦେୟରେ ବ୍ୟବସ୍ଥା କରାଯାଉଛି ବୋଲି ଇଂ ଶ୍ରୀ ଦାସ ପ୍ରକାଶ କରିଥିଲେ। ଓଡିଶା ଅଲମ୍ପିକ ଆସୋସିଏସନର ସଂପାଦକ ଅଭିଜିତ୍ ପାଲ, ଓଡିଶା ଫୁଟବଲ ଆସୋସିଏସନର ଉପସଭାପତି ବିନୟ ଦାସ, ଓଡିଶା ଫୁଟବଲ ଆସୋସିଏସନର ଯୁଗ୍ମ ସଂପାଦକ ବିଶ୍ୱ ରଞ୍ଜନ ଘଡେଇ ପ୍ରମୁଖ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନିତା ଫୁଟବଲ ଏକାଡେମୀର ଲକ୍ଷ୍ୟ, ଉଦ୍ଧେଶ୍ୟ ସର୍ବୋପରି ମହିଳା ଫୁଟବଲ ଦଳକୁ ଜାତୀୟସ୍ତରରେ ପ୍ରତିଷ୍ଠା ଦେବାର ମହନୀୟ ପଦକ୍ଷେପ ନେଇଥିବାରୁ ମ୍ୟାନେଜିଂ ଟ୍ରଷ୍ଟି ଇଂ ଶ୍ରୀ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ନିତା ଫୁଟବଲ ଏକାଡେମୀର ଟ୍ରଷ୍ଟି ଆଦିତ୍ୟ ପ୍ରତାପ ସ୍ୱାଇଁ, ଅଶୋକ କୁମାର ବରାଳ, ନିତା ଫୁଟବଲ ଏକାଡେମୀର ସଭାପତି ତଥା ବିଶିଷ୍ଟ କ୍ରୀଡାବିତ୍ ଭକ୍ତବଲ୍ଲଭ ଦାସ, ଉପସଭାପତି ଦିଲ୍ଲିପ କୁମାର ସାହୁ, ମାନସ ରଞ୍ଜନ ସାମଲ, ପ୍ରଭାତ କୁମାର ମହାପାତ୍ର, ସଂପାଦକ ଅରୁଣ କୁମାର ପରିଜା, ଯୁଗ୍ମ ସଂପାଦକ ସତ୍ୟବ୍ରତ ଷଡଙ୍ଗୀ, ଅନୁପମା ମହାନ୍ତି, ବିଶ୍ୱପିୟା ଜେନା, କୋଷାଧ୍ୟକ୍ଷ ଦେବକୀ ନନ୍ଦନ ମହାନ୍ତି, ମୁଖ୍ୟ ପ୍ରଶିକ୍ଷକ ସନ୍ମୟ ବସୁ, ମୁଖ୍ୟ ବୈଷୟିକ ପରାମର୍ଶଦାତା ମହମ୍ମଦ ସୟିଦ ଜବର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଓଡିଶା ଫୁଟବଲ ଆସୋସିଏସନର ସଂପାଦକ ଶ୍ରୀ ବେହେରା ପ୍ରଶିକ୍ଷଣ ନେଉଥିବା ମହିଳା ଦଳର ସଦସ୍ୟା, ଖେଳ ପଡିଆ,ରହଣିସ୍ଥଳ, ଖାଦ୍ୟପେୟ, କ୍ରିଡା ଉପକରଣ ଇତ୍ୟାଦି ବୁଲି ଦେଖିବା ସହ ପ୍ରଶିକ୍ଷଣ ନେଉଥିବା ଖେଳାଳିଙ୍କ ଜର୍ସିକୁ ଉନ୍ମୋଚନ କରିବା ସଂଗେ ସଂଗେ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ । ଏହି ଅବସରରେ ଶ୍ରୀ ବେହେରା ଉପସ୍ଥିତ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଓଡିଶାର ଗର୍ବ ଓ ଗୌରବ ବୋଲି କହି ପ୍ରେରଣା ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories