www.samajalive.in
Monday, December 15, 2025
16.1 C
Bhubaneswar

ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଅକାଳ ବିୟୋଗ: ୱାର୍କଆଉଟ୍‌ କରୁଥିଲେ, ଆଉ ତା’ପରେ…

ମୁମ୍ବାଇ: ଟିଭି ଜଗତରୁ ଆସିଛି ଏକ ଦୁଃଖଦ ଖବର। ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପରଲୋକ ଘଟିଛି। ୪୬ ବର୍ଷୀୟ ସିଦ୍ଧାନ୍ତଙ୍କର ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସିଦ୍ଧାନ୍ତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ଟିଭି ଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଦୀର୍ଘ ଦିନ ଧରି ସେ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଥିଲେ ଏବଂ ଅନେକ କଳାକାରଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା।

ଜୟ ଭାନୁଶାଲୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଶେୟାର କରି ସିଦ୍ଧାନ୍ତଙ୍କ ମୃତ୍ୟୁ ଖବର ଦେଇଛନ୍ତି। ଅଭିନେତା ନିଜ ବନ୍ଧୁଙ୍କୁ ମନେପକାଇ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଜୟ ଭାନୁଶାଲୀ ସିଦ୍ଧାନ୍ତଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଭାଇ, ତୁମେ ଖୁବ୍ ଶୀଘ୍ର ଚାଲିଗଲ।’

- Advertisement -

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜଣେ ଲୋକପ୍ରିୟ ଟିଭି ଅଭିନେତା ଥିଲେ କିନ୍ତୁ ସେ ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମଡେଲିଂରେ ବହୁତ କାମ କରିବା ପରେ ସେ ଟେଲିଭିଜନ୍‌ ଜଗତରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ଟିଭି ଧାରାବାହିକ ଥିଲା ‘କୁସୁମ୍’। ଏହାପରେ ସିଦ୍ଧନ୍ତ ଅନେକ ଲୋକପ୍ରିୟ ଟିଭି ସିରିଏଲ ଯେପରିକି, ‘କସୌଟି ଜିନ୍ଦେଗୀ କି’, ‘କୃଷ୍ଣ ଅର୍ଜୁନ’, ‘କ୍ୟା ଦିଲ ମେଁ ହୈ’ ଆଦିରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ।

ସୂଚନାଯୋଗ୍ୟ, ବିଗତ ଦିନମାନଙ୍କରେ ଅନେକ ଟିଭି ଓ ଚଳଚ୍ଚିତ୍ର କଳାକାର ଏ ଦୁନିଆରୁ ବିଦାୟ ନେଇଛନ୍ତି। ବିଶେଷ କରି ୱାର୍କଆଉଟ୍‌ ସମୟରେ ହୃଦଘାତର ଶିକାର ହୋଇ ନିକଟରେ ଅନେକ ଅଭିନେତାଙ୍କ ମୃତ୍ୟୁ ଘଟିଛି। ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ୱାର୍କଆଉଟ୍‌ ସମୟରେ ହୃଦଘାତର ଶିକାର ହୋଇଥିଲେ। ପରେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ମୃତ୍ୟୁ ମଧ୍ୟ ଠିକ୍‌ ଏହିଭଳି ହୋଇଥିଲା। ଏହା ବ୍ୟତୀତ ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାର ମଧ୍ୟ ଜିମ୍‌ରେ ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତର ଶିକାର ହୋଇ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

 

 

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories