www.samajalive.in
Monday, December 8, 2025
13.1 C
Bhubaneswar

ଆପଣଙ୍କ ନିକଟରେ ଅଛି କି ଏହି ଚିହ୍ନ ? ଏହା ରାଜଯୋଗର ସଙ୍କେତ

ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ବର୍ଣ୍ଣନା କରାଯାଇଛି,ଯାହା ମନୁଷ୍ୟର ବ୍ୟକ୍ତିତ୍ୱ,ତାଙ୍କ ଜୀବନରେ ଆସିବାକୁ ଥିବା ପ୍ରତ୍ୟେକ ଶୁଭ ଓ ଅଶୁଭର ସଙ୍କେତ ଦେଇଥାଏ । ସେଭଳି ଶାସ୍ତ୍ରରେ ମନୁଷ୍ୟ ନିକଟରେ ଦେଖା ଯାଉଥିବା କିଛି ଚିହ୍ନ ଅନେକ ସଙ୍କେତ ଦେଇଥାଏ । ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଅନେକ ଜଣାଅଜଣା କଥା ମଧ୍ୟ ଜଣାଇଥାଏ ବିଭିନ୍ନ ପ୍ରକାର ଚିହ୍ନ । ସେଭଳି ଏଭଳି କିଛି ଚିହ୍ନ ରହିଛି ଯାହା ଭାଗ୍ୟରେ ଶୁଭ ସହ ରାଜଯୋଗର ରହିଥିବାର ସଙ୍କେତ ଦେଇଥାଏ ।
କୌଣସି ବ୍ୟକ୍ତିଙ୍କ ହାତ ପାପୁଲିରେ ଚକ୍ରର ଚିହ୍ନ ରହିଥିଲେ, ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଏହା ଅତ୍ୟନ୍ତ ସୌଭାଗ୍ୟଶାଳୀ । ଏହି ବ୍ୟକ୍ତି ବିଶେଷଙ୍କୁ ସମାଜରେ ମାନସମ୍ମାନ ଓ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇଥାଏ । ଏହି ବ୍ୟକ୍ତି ବିଶେଷଙ୍କୁ ଜୀବନରେ କଦାପି ଧନର ଅଭାବ ହୋଇନଥାଏ । ଆରାମରେ ନିଜ ଜୀବନ ବିତାଇଥାଆନ୍ତି ।
କୌଣସି ବ୍ୟକ୍ତିଙ୍କ ହସ୍ତରେ ଧ୍ୱଜାର ଚିହ୍ନ ଥିଲେ,ସେ ଟଙ୍କାପଇସା କ୍ଷେତ୍ରରେ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ । ଏମାନଙ୍କ ନିକଟରେ ଆଦୌ ଟଙ୍କାର ଅଭାବ ହୋଇନଥାଏ ।
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ହସ୍ତରେ କଳାଜାଇ ଥିଲେ ସେମାନେ ଖୁବ ଧନୀ ହୋଇଥାଆନ୍ତି । ପ୍ରତିଷ୍ଠାବାନ୍‌ ମଧ୍ୟ ହୋଇଥାଆନ୍ତି । ନିଜ ଦକ୍ଷତା ବଳରେ ଟଙ୍କା ରୋଜଗାର କରିବା ସହ ମାନସମ୍ମାନ ମଧ୍ୟ ପ୍ରାପ୍ତ କରିଥାଆନ୍ତି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories