ବୌଦ୍ଧ: ସଞ୍ଚୟ ପକ୍ଷ ଅବସରରେ ବୌଦ୍ଧ ସହର ସ୍ଥିତ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି ନାରାୟଣ ଧରୁଆଙ୍କ ସଂଯୋଜନାରେ ଆୟୋଜନ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଯୋଗଦେଇ ସ୍ୱଳ୍ପ ସଞ୍ଚୟ ଉପରେ ବାର୍ତ୍ତା ରଖି ସମସ୍ତେ କିଛି କିଛି ସଞ୍ଚୟ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତ।କାନ୍ତି ବଳିଆରସିଂହ ଓ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ବିଚରକ ଭାବେ ସାହିତ୍ୟିକ ରମେଶ ପ୍ରସାଦ ମେହେର, ତୁଟୁସିଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ରାଧା ମୋହନ ମହାନା, ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ଯୋଗ ଦେଇଥିଲେ। ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ ବେହେରା, ବାଳିକା ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷୟିତ୍ରୀ ମମତା ଦାଶ, ସ୍ୱଳ୍ପ ସଞ୍ଚୟ କାର୍ୟ୍ୟାଳୟର କର୍ମଚାରୀ ବୀରବର ଖମାରୀ, ମହେଶ୍ୱର ମହାରଣା, କାଜଲ ନାଏକ, ଅକ୍ଷୟ ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



