www.samajalive.in
Sunday, December 14, 2025
14.1 C
Bhubaneswar

କଥା ମାନୁଛି ମୋଟରସାଇକଲ

ଡେସ୍କ: ବରେଲୀରେ ତାର୍ଜନ ଚାଚାଙ୍କୁ କିଏ ନ ଜାଣେ। ୮୫ ବର୍ଷୀୟ ଚାଚାଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ସଇଦ୍। ଯୁବକ ଥିବାବେଳେ ସେ ଗୋଟିଏ ମୋଟରସାଇକଲ କିଣିଥିଲେ। ପ୍ରତିଦିନ ସେ କଜ୍ଜଳ ବ୍ୟବସାୟ କରିବାକୁ ମୋଟରସାଇକଲ ଚଢ଼ି ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ସମୟକ୍ରମେ ଚାଚା ତାଙ୍କ ପ୍ରିୟ ମୋଟରସାଇକଲରେ ନିଜ ସୁବିଧା ଅନୁସାରେ କେତୋଟି ପରିବର୍ତ୍ତନ କଲେ। ମୋଟରସାଇକଲକୁ ଚାଚା କହିଲେ ତାହା ଚାଲୁ ହୁଏ। ଗୀତ ବଜାଇବାକୁ ନିର୍ଦେଶ ଦେଲେ, ପୁରୁଣା ଗୀତ ବାଜିଥାଏ। ମୋଟରସାଇକଲରେ ଦୁଇଟି ବଡ଼ବଡ଼ ସ୍ପିକର୍ ମଧ୍ୟ ଲାଗିଛି। ଗାଡ଼ିରେ ଛୋଟ ଏଟିଏମ୍ ବାକ୍ସଟେ ଖଞ୍ଜା ହୋଇଛି। ଚାଚା ନିର୍ଦେଶ ଦେଲେ ସେହି ଏଟିଏମ୍‌ରୁ ୧୦ ଟଙ୍କିଆ ମୁଦ୍ରା ବାହାରେ। ଚାଚା ରାସ୍ତାକୁ ଗାଡ଼ି ଧରି ବାହାରିଗଲେ, ଦେଖଣାହାରୀଙ୍କ ଭିଡ଼ ଜମିଯାଉଛି। ସମସ୍ତେ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ଏହି ମୋଟରସାଇକଲ ଫଟୋ ଅପଲୋଡ କରୁଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories