www.samajalive.in
Monday, December 8, 2025
27.1 C
Bhubaneswar

ମିଳିଲା ୩୮୦୦ ବର୍ଷ ପୁରୁଣା ଉକୁଣି ପାନିଆ

ଡେସ୍କ: ଇସ୍ରାଏଲ୍ ସ୍ତିତ ଲେଚାଇଶରେ ଗବେଷକଦଳ ବିଭିନ୍ନ ପ୍ରାଚୀନ ଜିନିଷ ଭିତରେ ଗୋଟିଏ ଉକୁଣି ପାନିଆକୁ ଖୋଜି ପାଇଛନ୍ତି। ୨୦୧୭ରେ ସେମାନଙ୍କ ହାତକୁ ଏହି ପାନିଆ ଆସିଥିଲା। ହାତୀ ଦାନ୍ତର କୁନି ପାନିଆଟି ଉପରେ କୌଣସି ଏକ ଭାଷାରେ କିଛି ଲେଖାଯାଇଥିବା ଗବେଷକ ଦେଖିଲେ। ଅନୁଧ୍ୟାନ କରାଯିବା ପରେ ଏହା ପ୍ରାଚୀନ କେନାନାଇଟ୍ ଅକ୍ଷର ବୋଲି ଜଣାପଡ଼ିଲା। ୩୮୦୦ ବର୍ଷ ପୁରୁଣା ଏହି ପାନିଆ ଉପରେ ଲେଖାଯାଇଛି ‘ଆପଣଙ୍କ କେଶ ଓ ଦାଢ଼ିରୁ ଉକୁଣି ବାହାର କରିବାରେ ପାନିଆଟି ନିଶ୍ଚୟ କାମରେ ଆସିବ’। ପାନିଆର ଲମ୍ବ ୨.୫ ସେଣ୍ଟିମିଟର ଓ ପ୍ରସ୍ଥ ୩.୫ ସେଣ୍ଟିମିଟର। ଗବେଷକ ମୁଖ୍ୟ କହିଛନ୍ତି ଉକୁଣିର ଉପଦ୍ରବ ଏତେ ବର୍ଷ ତଳେ ମଧ୍ୟ ଥିଲା। ଫରକ୍ ଏତିକି ଯେ ଆଜିକାଲି ପ୍ଲାଷ୍ଟିକ୍, ଶିଙ୍ଗରେ ଉକୁଣି ପାନିଆ ମିଳୁଛି କିନ୍ତୁ ସେସମୟରେ ହାତୀ ଦାନ୍ତ ପାନିଆରେ ଲୋକେ କେଶ କୁଣ୍ଡାଉଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories