www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ବର୍ଷରେ ୫୫,୫୭୫ କୋଟି ଜିଏସ୍‌‌ଟି ଠକେଇ

ନୂଆଦିଲ୍ଲୀ: ଗତ ଦୁଇବର୍ଷରେ ଦେଶରେ ପ୍ରାୟ ୫୫,୫୭୫ କୋଟି ଟଙ୍କାର ଜିଏସ୍‌‌ଟି (ଦ୍ରବ୍ୟ ଓ ସେବା ଟିକସ) ଠକେଇ ଘଟଣା ସର୍ବସମ୍ମୁଖକୁ ଆସିଛି। ଏହି ଘଟଣାରେ ୭୧୯ ଜଣଙ୍କୁ ଗିରଫ କରାଯାଇଛି। ଜିଏସ୍‌‌ଟି ଗୋଇନ୍ଦା ମହାନିର୍ଦେଶାଳୟ (ଡିଜିଜିଆଇ)ର ଅଧିକାରୀମାନେ ୨୨,୩୦୦ରୁ ଅଧିକ ନକଲି ଜିଏସ୍‌‌ଟି ଚିହ୍ନଟ ସଂଖ୍ୟା (ଜିଏସ୍‌‌ଟିଆଇଏନ୍‌‌) ଠାବ କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୦ ନଭେମ୍ବର ୯ ତାରିଖରେ ସରକାର ଇନ୍‌‌ପୁଟ ଟ୍ୟାକ୍ସ କ୍ରେଡିଟ (ଆଇଡିଟି)ର ସୁବିଧା ନେବା ଏବଂ ତାହା ଅନ୍ୟଙ୍କୁ ପ୍ରଦାନ କରିବା କ୍ଷେତ୍ରରେ କାର୍ଯ୍ୟକରୁଥିବା ଅସାଧୁ ସଂସ୍ଥାଗୁଡିକ ବିରୋଧରେ ଦେଶବ୍ୟାପୀ ଚଢଉ ଆରମ୍ଭ କରିଥିଲେ। ଏହି ସ୍ୱତନ୍ତ୍ର ଚଢଉ ଅଭିଯାନର ଦୁଇବର୍ଷ ମଧ୍ୟରେ ୫୫,୫୭୫ କୋଟି ଟଙ୍କାର ଜିଏସ୍‌‌ଟି/ଆଇଟିସି ଜାଲିଆତି ଠାବ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୭୧୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୨୦ ଜଣ ସିଏ/ସିଏସ୍‌‌ ରହିଥିବା ଜଣାଯାଇଛି। ଏଥିସହିତ ସେହି ସମୟରେ ୩୦୫୦ କୋଟି ଟଙ୍କାର ସ୍ୱେଚ୍ଛାକୃତ ଜିଏସ୍‌‌ଟି ଜମା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସରକାର ରେକର୍ଡ ପରିମାଣରେ ଜିଏସ୍‌‌ଟି ସଂଗ୍ରହ କରିବାରେ ଲାଗିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲରେ ପ୍ରାୟ ୧.୬୮ ଲକ୍ଷ କୋଟି ଟଙ୍କା ଜିଏସ୍‌‌ଟି ସଂଗ୍ରହ କରାଯାଇଥିବାବେଳେ ମେ ମାସରେ ୧.୪୧ ଲକ୍ଷ କୋଟି, ଜୁନ୍‌‌ ୧.୪୫ ଲକ୍ଷ କୋଟି, ଜୁଲାଇ ୧.୪୯ ଲକ୍ଷ କୋଟି, ଅଗଷ୍ଟ ୧.୪୪ ଲକ୍ଷ କୋଟି, ସେପ୍ଟେମ୍ବର ୧.୪୮ ଲକ୍ଷ କୋଟି ଏବଂ ଅକ୍ଟୋବରରେ ୧.୫୨ ଲକ୍ଷ କୋଟି ଟଙ୍କା ସଂଗୃହୀତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories