www.samajalive.in
Tuesday, December 9, 2025
16.1 C
Bhubaneswar

୧୦ ବର୍ଷରେ ଅପ୍‌‌ଡେଟ ହେବ ଆଧାର ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଧାର ନିୟମାବଳୀରେ ସଂଶୋଧନ କରିଛନ୍ତି। ତଦନୁଯାୟୀ ଆଧାର ପାଇଁ ସମର୍ଥନକାରୀ ନଥିପତ୍ର ଆଧାର କାର୍ଡଧାରୀଙ୍କ ଦ୍ୱାରା ଅନ୍ୟୂନ ୧୦ ବର୍ଷରେ ଥରେ ଅପ୍‌‌ଡେଟ (ତାଜା) କରାଯିବ। ସେଥିରେ ଆଧାର ସମ୍ପର୍କିତ ସୂଚନାର ନିରବଚ୍ଛିନ୍ନ ସଠିକତାକୁ (କଣ୍ଟିନିଉଡ ଆକ୍ୟୁରାସି) ସୁନିଶ୍ଚିତ କରାଯିବ। ଏ ସମ୍ପର୍କରେ ଇଲେକ୍‌‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଧାର କାର୍ଡଧାରୀ ପ୍ରତି ଦଶବର୍ଷରେ ଅନ୍ୟୂନ ଥରେ ସେମାନଙ୍କର ପରିଚୟ ପ୍ରମାଣ (ପିଓଆଇ) ଏବଂ ଠିକଣା ପ୍ରମାଣପତ୍ର (ପିଓଏ) ଦାଖଲ କରି ସେମାନଙ୍କର ଆଧାର ସମ୍ପର୍କିତ ସୂଚନା ଅପ୍‌‌ଡେଟ କରିବେ। ତତ୍‌‌ସହିତ ପୂର୍ବରୁ ସେଣ୍ଟ୍ରାଲ ଆଇଡେଣ୍ଟିଟି ଡାଟା ରିପୋଜିଟୋରୀ (ସିଆଇଡିଆର୍‌‌)ରେ ଥିବା ସେମାନଙ୍କର ସୂଚନାର ନିରବଚ୍ଛିନ୍ନ ସଠିକତା ସୁନିଶ୍ଚିତ କରିବାକୁ ହେବ।

ଭାରତୀୟ ନାଗରିକଙ୍କୁ ଆଧାର ସଂଖ୍ୟା ଜାରି କରୁଥିବା ସରକାରୀ ସଂସ୍ଥା ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ୧୦ ବର୍ଷ ପୂର୍ବରୁ ଆଧାର ଜାରି କରାଯାଇଥିôବା ନାଗରିକଙ୍କୁ ସେମାନଙ୍କର ପରିଚୟ ଚିହ୍ନଟ ଏବଂ ଆବାସ ପ୍ରମାଣ ସମ୍ପର୍କିତ କାଗଜପତ୍ର ଅପ୍‌‌ଡେଟ କରିବାକୁ ନିବେଦନ କରିଥିଲା। ତଦୁନୁଯାୟୀ ଆଧାର କାର୍ଡଧାରୀଙ୍କୁ ଏ ସମ୍ପର୍କରେ ସୁବିଧା ଯୋଗାଇଦେବାକୁ ୟୁଆଇଏଡିଆଇ ଏକ ନୂଆ ବୈଶିଷ୍ଟ୍ୟ ସଂଯୋଗ କରିଛି, ଯାହାର ଶୀର୍ଷକ ରଖାଯାଇଛି ‘ ଅପ୍‌‌ଡେଟ ଡକ୍ୟୁମେଣ୍ଟ’। ଏହାକୁ ମାଇଁଆଧାର ପୋର୍ଟାଲ ଜରିଆରେ ଅନ୍‌‌ଲାଇନରେ ଦେଖିହେବ ଅଥବା ଭାରତୀୟ ନାଗରିକମାନେ ଏହି ସୁବିଧା ପାଇବାକୁ ଆଧାର ପଞ୍ଜିକରଣ କେନ୍ଦ୍ରକୁ ଯାଇପାରିବେ।

- Advertisement -

ସୂଚନାଯୋଗ୍ୟ ଯେ ଦେଶରେ ଏପର୍ଯ୍ୟନ୍ତ ୧୩୪ କୋଟି ଆଧାର ସଂଖ୍ୟା ଜାରି କରାଯାଇସାରିଛି। ୟୁଆଇଡିଏଆଇର ଏଭଳି ନିଷ୍ପତ୍ତି ପରେ କେତେ ସଂଖ୍ୟକ ଆଧାର ସଂଖ୍ୟାର ତଥ୍ୟ ଅପ୍‌‌ଡେଟ କରାଯିବ, ତାହା ତୁରନ୍ତ ଜଣାପଡ଼ିନାହିଁ। ଗତବର୍ଷ ପ୍ରାୟ ବିଭିନ୍ନ ପ୍ରକାର ୧୬ କୋଟି ଅପ୍‌‌ଡେଟ କରାଯାଇଥିଲା। ଗତମାସରେ ଜାରି ଏକ ବିବୃତିରେ ୟୁଆଇଏଡିଆଇ ପକ୍ଷରୁ କୁହାଯାଇଥିଲା ଯେ, ୧୦ବର୍ଷ ପୂର୍ବରୁ ଆଧାର ସଂଖ୍ୟା ପାଇଥିବା ଏବଂ ତାହା ପରବର୍ତ୍ତୀ ବର୍ଷଗୁଡିକରେ ସୂଚନାରେ କୌଣସି ଅପ୍‌‌ଡେଟ କରିନଥିବା ନାଗରିକମାନେ ସେମାନଙ୍କ କାଗଜପତ୍ର ଅପ୍‌‌ଡେଟ କରାଇନେବା ଆବଶ୍ୟକ। ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାୟ ୧ହଜାର ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ଆଧାର ସଂଖ୍ୟା ସହିତ ସଂଯୁକ୍ତ କରାଯାଇଛି। ଏହା ଜରିଆରେ ସରକାରୀ ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧା ସ୍ଥାନାନ୍ତର କରାଯାଉଛି। ଏହାଦ୍ୱାରା ଜାଲିଆତିକୁ ରୋକାଯାଇପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories