www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ଜାତୀୟ ଶିକ୍ଷା ଦିବସ

ଡେସ୍କ: ୧୮୮୮ ନଭେମ୍ବର ୧୧ରେ ଅବୁଲ୍ କଲାମ୍ ଆଜାଦ୍‌ ଜନ୍ମଗ୍ରହଣ କରିଥିଲେ। ଜଣେ ସାମ୍ବାଦିକ ଭାବେ ସେ ବ୍ରିଟିଶ୍ ଶାସନର ତୀବ୍ର ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ଆଜାଦ୍‌ଙ୍କ ମୂଳ ଲକ୍ଷ୍ୟ ଥିଲା ଦେଶର ସବୁ ଲୋକ ଏକତ୍ର ହୋଇ ଇଂରେଜ ଶାସନକୁ ବିରୋଧ କରିବା। ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସେ ଅନୁପ୍ରାଣିତ ହୋଇ କିଛି ସମୟ ଖିଲାଫତ୍ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ। ଭାରତ ସ୍ବାଧୀନ ହେବା ପରେ ଆଜାଦ୍‌ଙ୍କ ଭୂମିକା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ପଣ୍ଡିତ ଜବାହରଲାଲ ନେହେରୁଙ୍କ କ୍ୟାବିନେଟ୍‌ରେ ସେ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ହୋଇଥିଲେ। ୧୯୫୮ ଫେବୃୟାରୀ ୨୨ରେ ଏହି ମହାନ୍‌ ନେତାଙ୍କ ପରଲୋକ ହୋଇଥିଲା। ୨୦୦୮ ମସିହା ପରେ ଅବୁଲ୍ କଲାମ୍‌ ଆଜାଦ୍‌ଙ୍କ ଜନ୍ମଦିନକୁ ସମଗ୍ର ଭାରତବର୍ଷରେ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଉଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories