www.samajalive.in
Monday, December 15, 2025
27.1 C
Bhubaneswar

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ ଅତନୁ ସବ୍ୟସାଚୀ; ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ ପାଇଁ କଲେ ଦାବି

ଭୁବନେଶ୍ବର: ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ। ବୁଧବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଏହି ଦୃଢ ଦାବି କରିଛନ୍ତି।

ବୀମା ରାଶି ପାଇବାରେ ଅହେତୁକ ବିଳମ୍ବ ଚାଷୀମାନଙ୍କ ଚାଷ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପାକାଇଛି। ବିଶେଷ କରି କୋଭିଡ୍‌-୧୯ ମହାମାରୀର ଆର୍ଥିକ ଦୂରାବସ୍ଥାରୁ ମୁକୁଳିବା ପାଇଁ ପ୍ରୟାସ କରୁଥିବା ବେଳେ ବୀମା କମ୍ପାନୀମାନଙ୍କ ଏତାଦୃଶ ଚାଷୀ ବିରୋଧୀ ପଦକ୍ଷେପ ଅନେକ ଜିଲାରେ କ୍ରମାଗତ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

- Advertisement -

ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଅଂଶଗ୍ରହଣ କରି ରାଜ୍ୟ ସରକାର ମହଲାନୋବିସ୍‌ ଜାତୀୟ ଶସ୍ୟ ଅମଳ ପୂର୍ବାନୁମାନ କେନ୍ଦ୍ର ଦ୍ବାରା ଗ୍ରହଣ କରାଯାଇଥିବା ଅମଳର ଆକଳନ ପଦ୍ଧତି ସମ୍ବନ୍ଧରେ ନିର୍ଦିଷ୍ଟ କିଛି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟର ଚାଷୀ ଭାଇମାନଙ୍କ ବୀମାରାଶି ତୁରନ୍ତ ପ୍ରଦାନ କରିବାକୁ ବୈଷୟିକ ପରାମର୍ଶଦାତା କମିଟିକୁ ନିର୍ଦେଶ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ସାକ୍ଷାତ କରି ଦୃଢ ଦାବି ଜଣାଇଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories