www.samajalive.in
Saturday, December 6, 2025
19.1 C
Bhubaneswar

ଜନ୍ମଦିନରେ ସଲମାନ୍‌‌ଙ୍କ ଶୁଭାରମ୍ଭ

ମୁମ୍ବଇ : ଡିସେମ୍ବର ୨୭ରେ ଦବଙ୍ଗ ଖାନ୍ ସଲମାନ୍ ୫୩ ବର୍ଷରେ ପଦାର୍ପଣ କରିବେ। ଏଥିପାଇଁ ଯଥେଷ୍ଟ ସମୟ ଥିଲେ ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ପ୍ରତି ବର୍ଷ ସଲମାନ୍ ନିଜ ଜନ୍ମଦିନରେ ତାଙ୍କ ଅଭିନୀତ ଆଗାମୀ ଯେ କୌଣସି ପ୍ରୋଜେକ୍ଟର ଶୁଭାରମ୍ଭ କରନ୍ତି। ଏଥରକ ସେ ସାନ ଭାଇ ଅରବାଜ୍‌‌ ଖାନ୍‌ଙ୍କ ପ୍ରଯୋଜିତ ‘ଦବଙ୍ଗ-୩’ରେ କାମ ଆରମ୍ଭ କରିବେ ବୋଲି ଶୁଣାଯାଉଥିଲା। ହେଲେ ଅରବାଜ୍‌ଙ୍କ ସହ କୌଣସି ମନୋମାଳିନ୍ୟ ହୋଇଥିବା କାରଣରୁ ସଲମାନ୍ ‘ଦବଙ୍ଗ-୩’ ପାଇଁ ସମୟ ନାହିଁ ବୋଲି କହିବୁଲୁଛନ୍ତି। ଖବର ଅନୁସାରେ, ଅରବାଜ୍ ଓ ତାଙ୍କ ପତ୍ନୀ ମଲାଇକାଙ୍କ ବିବାହ ବିଚ୍ଛେଦକୁ ଯେନେତେନ ପ୍ରକାରେ ସଲମାନ୍ ଗ୍ରହଣ କଲେ, କିନ୍ତୁ ଭାଇର ଦ୍ବିତୀୟ ବିବାହ ସପକ୍ଷରେ ସେ ନାହାନ୍ତି। ବୋଧହୁଏ ଏଇ କାରଣରୁ ସଲମାନ୍ ‘ଦବଙ୍ଗ-୩’ର ସୁଟିଂ କାମରେ ବିଳମ୍ବ କରୁଥିବାର ଅନୁମାନ କରାଯାଉଛି। ଅନ୍ୟପାଖେ ଦୀର୍ଘ ୧୯ ବର୍ଷ ପରେ ସଞ୍ଜୟ ଲୀଳା ଭଁସାଲୀଙ୍କ ସହ କାମ କରିବାକୁ ଯାଉଛନ୍ତି ସଲମାନ୍। ‘ହମ୍ ଦିଲ୍ ଦେ ଚୁକେ ସନମ୍’ ପରେ ଦୁହେଁ ଏକତ୍ର କାମ କରିନଥିଲେ। ଏଇ ବିଗତ ବର୍ଷ ମଧ୍ୟରେ ସେମାନଙ୍କର ମନୋମାଳିନ୍ୟର ଅନ୍ତ ହୋଇଛି। ନିଜ ଜନ୍ମଦିନରେ ସଲମାନ୍ ଏଇ ପୁରୁଣା ବନ୍ଧୁଙ୍କ ଚଳଚ୍ଚିତ୍ରରେ କାମ କରିବେ ବୋଲି ଶୁଣାଯାଉଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories