www.samajalive.in
Monday, December 15, 2025
14.1 C
Bhubaneswar

ବେଗନା ହୁଡ଼ିରେ ୨୪ଟିକିଆ ହାତୀପଲ 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପୁଣି କିଛି ଦିନର ବ୍ୟବଧାନ ପରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ରାତିରେ ୨୪ଟିକିଆ ହାତୀପଲ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀପଲ ଏବେ ଉଦୟପୁର ଖଣ୍ଡ ସିଲିପଦା ପଞ୍ଚାୟତ ବେଗନା କାଜୁ ଜଙ୍ଗଲ ହୁଡ଼ିରେ ଡେରା ପକାଇଛନ୍ତି । ହାତୀପଲ ପାଚିଲା ଧାନ ଖାଇବା ସହ ମାଡିଦଳି ନଷ୍ଟ କରି ଦେଉଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏହି ହାତୀପଲଙ୍କୁ ଅଞ୍ଚଳରୁ ଘଉଡାଇବାକୁ ଦାବି ହୋଇଛି । ଅନ୍ୟ ପକ୍ଷରେ ହାତୀପଲଙ୍କ ଉପରେ ବନ ବିଭାଗ ନଜର ରଖିଥିବା ବନ ବିଭାଗ ସୂଚନା ଦେଇଛି । ତେବେ ବନବିଭାଗ ଉପରେ ଭରସା ନରଖି ହାତୀ ପଲଙ୍କୁ ଘଉଡ଼ାଇବାକୁ ବହୁ ଲୋକ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories