www.samajalive.in
Wednesday, December 10, 2025
23.1 C
Bhubaneswar

ହରମନପ୍ରୀତଙ୍କ ହ୍ୟାଟ୍ରିକ୍‍; କୋରିଆକୁ ହରାଇ ଶୀର୍ଷରେ ଭାରତ

ମସ୍କାଟ୍‍ : ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ବୁଧବାର ଭାରତ ତା’ର ୫ମ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ ବିଜୟୀ ହୋଇଛି। ପେନାଲ୍‍ଟି କର୍ଣ୍ଣର ବିଶେଷଜ୍ଞ ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍‍ ବଳରେ କୋରିଆକୁ ୪-୧ ଗୋଲ୍‍ରେ ଭାରତ ପରାସ୍ତ କରିଛି। ଫଳରେ ୪ର୍ଥ ବିଜୟ ସହ ଭାରତ ଲିଗ୍‍ ପର୍ଯ୍ୟାୟ ଶେଷକରିଛି। ପୁଣି ସର୍ବାଧିକ ୧୩ ପଏଣ୍ଟ ସହ ଗତଥରର ଚମ୍ପିଆନ୍‍ ଭାରତ ଟେବୁଲ ଶୀର୍ଷରେ ରହିବା ନିଶ୍ଚିତ କରିଛି। ଭାରତ ଶୀର୍ଷରେ ରହିଥିବାରୁ ଲିଗ୍‍ରେ ୪ର୍ଥ ସ୍ଥାନରେ ଥିବା ଦଳ ବିପକ୍ଷରେ ୨୭ରେ ସେମିଫାଇନାଲ ଖେଳିବ।
ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୪ ମିନିଟରେ ଭାରତର ରିଭ୍ୟୁରୁ ଏହାକୁ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ଗୋଲ୍‍ଦେଇ ଦଳକୁ ୧-୦ ଗୋଲ୍‍ରେ ଆଗୁଆ କରିଥିଲେ। ପରେ ଭାରତ ଅଧିକ ଆକ୍ରମଣ କରିଥିଲା। ୯ ମିନିଟରେ ଗୋଲ୍‍ ସମ୍ମୁଖରୁ ଆକାଶଦୀପ ସିଂହଙ୍କ ରିଭର୍ସ ହିଟ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୧୦ମ ମିନିଟରେ ଭାରତ ୨-୦ରେ ଆଗୁଆ ହୋଇ ଯାଇଥିଲା। ଗୁରଜାନ୍ତ ସିଂହ ଦଳ ପାଇଁ ୨ୟ ଗୋଲ୍‍ ଦେଇଥିଲେ। ୨ୟ କ୍ୱାର୍ଟରରେ କୋରିଆ ଆକ୍ରମଣାତ୍ମକ ହକି ଖେଳିଥିଲା। ଏହାକୁ ସୁଫଳ ମିଳିଥିଲା। ୨୦ ମିନିଟରେ ଲି ସ୍ୟୁନ୍‍ଜିଲ୍‍ ଦର୍ଶନୀୟ ଗୋଲ୍‍ ଦେଇଥିଲେ। ୨୨ ମିନିଟରେ କୋରିଆ ପେନାଲ୍‍ଟି କର୍ଣ୍ଣର ମାରିଥିଲେ ହେଁ ବଲ୍‍କୁ ବାହାରକୁ ମାରିଥିଲେ। ଏହିପରି ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ ଗୋଲ୍‍ରେ ଆଗୁଆ ରହିଥିଲା। ୩୧ ମିନିଟରେ କୋରିଆ ଗୋଲ୍‍ ଦେଇଥିଲେ ହେଁ ଭାରତ ଏହା ବିରୋଧରେ ଅପିଲ କରିଥିଲା। ୩ୟ ଅମ୍ପାୟାର ଗୋଲ୍‍କୁ ନାକଚ କରି ଦେଇଥିଲେ। ୩୫ ମିନିଟରେ କୋରିଆର ପେନାଲ୍‍ଟି କର୍ଣ୍ଣରକୁ ଭାରତୀୟ ଖେଳାଳି ରୋକି ପାରିଥିଲେ। ୩ୟ କ୍ୱାର୍ଟର ଶେଷଆଡ଼କୁ ଭାରତୀୟ ରକ୍ଷାପନ୍ଥୀଙ୍କୁ କୋରିଆ ଫରୱାର୍ଡ ଚାପରେ ରଖି ପାରିଥିଲେ। ୪୬ ମିନିଟରେ ଭାରତକୁ ମ୍ୟାଚ୍‍ର ୩ୟ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍‍ ଦେଇଥିଲେ। ୪୯ ମିନିଟରେ ମନଦୀପ ସିଂହ ଗୋଲ୍‍ଦେବା ସୁଯୋଗ ଛାଡ଼ିଥିଲେ। ପରେ କୋରିଆକୁ କ୍ରମାଗତ ୨ଟି ପେନାଲ୍‍ଟି କର୍ଣ୍ଣର ମିଳିଥିବା ବେଳେ ଭାରତୀୟ ଗୋଲ୍‍ରକ୍ଷକ କ୍ରିଷନ୍‍ ପାଠକ ଉଭୟଥର ବଲ୍‍ ରୋକି ଦେଇଥିଲେ। ୫୯ ମିନିଟରେ ଭାରତକୁ ମ୍ୟାଚ୍‍ର ୪ର୍ଥ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଦଳ ପାଇଁ ୪ର୍ଥ ଗୋଲ୍‍ ଦେଇଥିଲେ ହରମନପ୍ରୀତ ସିଂହ। ୩ୟ ଗୋଲ୍‍ ସହ ହରମନପ୍ରୀତ ହ୍ୟାଟ୍ରିକ୍‍ ପୂରଣ କରିଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories