www.samajalive.in
Monday, December 15, 2025
17.1 C
Bhubaneswar

ମଧ୍ୟାହ୍ନ ଭୋଜନ ରୋଷେଇକୁ ନେଇ ଦୁଇ ସ୍ବୟଂ ସହାୟିକା ଦଳ ମଧ୍ୟରେ ଉତ୍ତେଜନା

ମୋହନା: ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ସେଥିମଧ୍ୟରୁ ମଧ୍ୟ୍ୟାହ୍ନ ଭୋଜନ ଅନ୍ୟତମ। ହେଲେ ବ୍ଳକରେ କିଛି ବିଦ୍ୟାଳୟରେ କେତେବେଳେ ପ୍ରଧାନଶିକ୍ଷକ ଓ ସ୍ଵୟଂ ସହାୟିକା ଦଳ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ଆଉ କିଛି କ୍ଷେତ୍ରରେ ସ୍ଵୟଂ ସହାୟିକା ଦଳ ମଧ୍ୟରେ ମଧ୍ୟାହ୍ନ ଭୋଜନ ରୋଷେଇକୁ ନେଇ ବିବାଦ ଦେଖାଯାଉଛି। ଏଭଳି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୋହନା ପଞ୍ଚାୟତ ଅଧିନ କଣ୍ଟେଇକୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ପରିସରରେ।ଏହି ଗ୍ରାମର ଆଦିବାସୀ ମହିଳା ମାନଙ୍କ ଦ୍ଵାରା ୨୦୦୬ରୁ ଗଠିତ ଜୀବନ ଡକରା ମହିଳା ସ୍ଵୟଂ ସହାୟିକା ଦଳ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବୁଝି ଆସୁଥିଲେ। କିନ୍ତୁ ଅପରପକ୍ଷେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଅନ୍ୟ ଏକ ମିଶନ ରାଣୀ ସ୍ଵୟଂ ସହାୟିକା ଦଳକୁ ୨୦୨୦ ରେ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା। କରୋନା କାଳ ଯୋଗୁଁ ୨୦୨୨ ଅକ୍ଟୋବର ମାସରେ ବିଇଓ କାର୍ଯ୍ୟାଳୟରେ ଏକ ଚୁକ୍ତିନାମା କରାଯିବା ସହ ପଞ୍ଜାବ ନେସନାଲ ବ୍ୟାଙ୍କରେ ଦଳ ପକ୍ଷରୁ ୩୭ହଜାର ୧୬୮ଟଙ୍କା ଜମା କରାଯାଇଥିଲା । ୧୯। ୧୦/ ୨୨ରେ ମା’ ମାନେ ବିଦ୍ୟାଳୟକୁ ରୋଷେଇ କରିବା ପାଇଁ ସାମଗ୍ରୀ ନେଇ ପହଞ୍ଚିଲେ ସେତେବେଳେ ଜୀବନ ଡକରା ଦଳର ମା’ମାନେ ରୋଷେଇ କରିବା ପାଇଁ ପ୍ରଶୟ ଦେଲେନି। ଯାହାଫଳରେ ଉଭୟ ଦଳ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଏହା ଜାଣିବା ପରେ ଶିକ୍ଷା ପରିଚାଳନା କମିଟି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥାପି ମଧ୍ୟାହ୍ନ ଭୋଜନର ପରିଚାଳନା ଦାୟିତ୍ଵ ନିର୍ବାହ କରିବେ ବୋଲି କହିଥିଲେ। ତଥାପି ପୁରୁଣା ମା’ଦଳ ସମସ୍ତ ଖାଦ୍ୟ ସାମଗ୍ରୀ ଆଣି ରୋଷେଇ କରି ବିଦ୍ୟାର୍ଥୀଙ୍କୁ ଦେଲେ। ଶନିବାର ମିଶନ ରାଣୀ ସହାୟିକା ଦଳ ମଧ୍ୟାହ୍ନ ଭୋଜନ ସାମଗ୍ରୀ ନେଇ ବିଦ୍ୟାଳୟରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବିଇଓ ଦେବଦାସ ତାମରାପୁ ବିଦ୍ୟାଳୟରେ ପହଞ୍ଚି ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିଲା ନାହିଁ। ଉଭୟ ଦଳଙ୍କୁ ନିଜର ଅଭିଯୋଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ )ଙ୍କୁ ଦେବା ପାଇଁ କହିଥିଲେ। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏ ସଂପର୍କରେ ସିଡିପିଓ ଲଳିତା ମଲ୍ଲିକ କହିଛନ୍ତି ଅନ୍ୟ ଅଧିକାରୀଙ୍କ ସହ ବିଦ୍ୟାଳୟକୁ ଯାଇ ସମସ୍ତ ଘଟଣାର ତଦନ୍ତ କରିବା ପରେ ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories