www.samajalive.in
Sunday, December 14, 2025
17.1 C
Bhubaneswar

ମାଳ ମାଳ ଅଭିଯୋଗ ପରେ କାହିଁକି ଚୁପ ରହିଛନ୍ତି ଗୋଷ୍ଠି ଉନ୍ନୟନ ଅଧିକାରୀ ?

ଜି.ଉଦୟଗିରି :  କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅଧ୍ୟକ୍ଷା ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ! ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ବିରୋଧରେ ସାମ୍ୱାଦିକ ସମ୍ମିଳନୀ କରି ମାଳ ମାଳ ଅଭିଯୋଗ ଆଣିଛନ୍ତି ! ତଥାପି ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଏ ନେଇ କୌଣସି ସ୍ପଷ୍ଟୀକରଣ ରଖୁ ନାହାନ୍ତି ! ଏମିତି କି ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି  ଆସିଥିବା ଅଭିଯୋଗ ପ୍ରସଙ୍ଗରେ ତାଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରୁଥିଲେ ମଧ୍ୟ ସେ କାହାରି ଫୋନ ଉଠାଉ ନାହାନ୍ତି ! ଜଣେ ବ୍ଲକ ଉନ୍ନୟନ ଅଧିକାରୀ ହୋଇ ସେ କାହିଁକି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଦୂରେଇ ରହୁଛନ୍ତି, ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ବ୍ଲକ ଅଧ୍ୟକ୍ଷା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କଳି ବଢିବା ପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରାୟ ସମୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି।  ଯେଉଁ ସମସ୍ତ ଅଭିଯୋଗ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଆସିଛି, ସେ ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀ ତୁରନ୍ତ ନିଜର ମତାମତ ରଖିବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଦାବି ହେଉଛି। କିନ୍ତୁ ଗୋଷ୍ଠି ଉନ୍ନୟନ ଅଧିକାରୀ ମହାଶୟ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରି ଜି.ଉଦୟଗିରି ବ୍ଲକବାସୀଙ୍କ ପ୍ରତି ବିଶ୍ଵାସ ଘାତକତା କରୁଛନ୍ତି ବୋଲି ଏବେ ଲୋକେ କୁହାକୁହି ହେଲେଣି । କାହା ବଳରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବ୍ଲକ ଅଧ୍ୟକ୍ଷାଙ୍କୁ ହେୟ ଜ୍ଞାନ କରୁଛନ୍ତି। ଏକ ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଶାସକ ଦଳର ନେତାଙ୍କ ଇସାରାରେ କାମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ସେ ଏବେ ବ୍ଲକର ଜନ ପ୍ରତିନିଧିଙ୍କୁ ପଚାରୁ  ନାହାନ୍ତି। ସ୍ଥାନୀୟ ଶାସକ ଦଳଙ୍କ ପାଖ ଲୋକ ହୋଇଥିବା ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀ କାହାରିକୁ ଖାତିର କରୁନଥିବା ଆଲୋଚନା ହେଉଛି। ଆଗାମୀ ଦିନରେ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଜର ସ୍ପଷ୍ଟିକରଣ ନ ରଖିଲେ ବ୍ଲକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃ​ଷ୍ଟି ହେବାର ସମ୍ଭାବନା ରହିଛି। ଆଜି ମଧ୍ୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇ ପାରି ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories