www.samajalive.in
Sunday, December 14, 2025
16.1 C
Bhubaneswar

ଧାମନଗର ଫଳ ; ୧୪ଟି ଟେବୁଲ୍‌‌ରେ ୧୮ ରାଉଣ୍ଡରେ ଗଣତି

ଭୁବନେଶ୍ବର : ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍‌‌ଗଣତି ଆସନ୍ତାକାଲି ହେବ। ଭଦ୍ରକ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଗଣତି
କାର୍ଯ୍ୟ ଆରମ୍ଭ ହେବ । ୨୫୨ଟି ବୁଥ୍‌‌ ପାଇଁ ୧୪ଟି ଟେବୁଲ୍‌‌ରେ ୧୮ ରାଉଣ୍ଡରେ ଗଣତି ହେବ। ପ୍ରଥମେ ପୋଷ୍ଟାଲ୍‌‌ ଭୋଟ୍‌‌ ଗଣତି ପରେ ଇଭିଏମ୍‌‌ ଗଣତି ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। କଡା ସୁରକ୍ଷା ମଧ୍ୟରେ ଗଣତି କାର୍ଯ୍ୟ କରାଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍‌‌ କୁମାର ଲୋହାନି ସୂଚନା ଦେଇଛନ୍ତି।

ଧାମନଗର ବ୍ଲକର ଅସୁରାଳି ଜୋନ୍‌‌ରୁ ଗଣତି ଆରମ୍ଭ ହୋଇ ତିହିଡି ବ୍ଳକରେ ଶେଷ ରାଉଣ୍ଡ ଗଣତି ହେବ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ମୋଟ୍‌‌ ୨ ଲକ୍ଷ ୩୮ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୪ ହଜାର ୪୬୫ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୭୯
ହଜାର ୧୧ଜଣ ପୁରୁଷ ଓ ୮୫ହଜାର ୪୫୨ଜଣ ମହିଳା ମତଦାତା ରହିଛନ୍ତି । ୨ ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି ।

- Advertisement -

ଅନ୍ୟପକ୍ଷରେ  ଆସନ୍ତାକାଲି ହେବାକୁ ଥିବା ଭୋଟ୍‌‌ ଗଣତି ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍‌‌ଭାବନା ଗୃହରେ ଜରୁରୀ ବୈଠକ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ
ହୋଇଯାଇଛି । ଏଥିରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ, ଦୁଇ ଜଣ ପର୍ଯ୍ୟବେକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଶାନ୍ତି
ଶୃଙ୍ଖଳାର ସହ ଭୋଟ୍‌‌ ଗଣତି ଶେଷ କରିବାପାଇଁ ନିଯୁକ୍ତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories