କ୍ରସର ବିରୋଧି ଗଣଧାରଣାରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ
ଆନ୍ଦୋଳନକାରୀଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା ବିଫଳ
ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଗଣଧାରଣା ଶନିବାର ୫ମ ଦିନରେ ପହଞ୍ଚିଛି। ସ୍କୁଲ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲହେବା ଘଟଣା ପ୍ରଶାସନକୁ ଅଡୁଆରେ ପକାଇଛି। ବୌଦ୍ଧ ଜିଲାପାଳ ସନତ କୁମାର ନାଏକ, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ହରଭଙ୍ଗା ଆଇଆଇସି ପୁଷ୍ପାଞ୍ଜଳି ରାଉତରାୟ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରେ ସାମିଲ ନ କରିବା ପାଇଁ ଉପଜିଲାପାଳ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ। କ୍ରସର ବନ୍ଦ ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନ ଜାରିରହିବ ଆନ୍ଦୋଳନକାରୀ କହିଥିଲେ। ଯାହାଫଳରେ ଆନ୍ଦୋଳନକାରୀ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟରେ ଆଲୋଚନା ଏକ ପ୍ରକାର ବିଫଳ ହୋଇଛି।
Comments are closed.