www.samajalive.in
Monday, December 15, 2025
16.1 C
Bhubaneswar

ଯଶୁଆପୁର ସରପଞ୍ଚ ଉପନିର୍ବାଚନ ; ବିଜେପି ସମର୍ଥିତ ପ୍ରାର୍ଥୀ ଅକ୍ଷୟ ବିଜୟୀ

ପିପିଲି : ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ସରପଞ୍ଚ ଉପନିର୍ବାଚନରେ ଖୋଲାବହି ଚିହ୍ନରେ ଲଢୁଥିବା ବିଜେପି ସମର୍ଥିତ ପ୍ରାର୍ଥୀ ଅକ୍ଷୟ କୁମାର ବେହେରା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ତଥା ଖୋଲାଛତା ଚିହ୍ନରେ ଲଢୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ କୁମାର ମହାନ୍ତିଙ୍କୁ ୩୯୮ ଖଣ୍ଡ ଭୋଟ୍‌‌ ବ୍ୟବଧାନରେ ପରାଜିତ କରି ବିଜୟ ଲାଭ କରିଛନ୍ତି । ଏହି ଉପନିର୍ବାଚନରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୪୨୭୪ଜଣ ଭୋଟର ମତଦାନ କରିଥିଲେ। ସେଥି ମଧ୍ୟରୁ ଅକ୍ଷୟ ୨୨୨୭ ଖଣ୍ଡ ଭୋଟ୍‌‌ ପାଇଥିବା ବେଳେ ସନ୍ତୋଷଙ୍କୁ ୧୮୨୯ ଖଣ୍ଡ ଭୋଟ୍‌‌ ମିଳିଥିଲା । ସେହିପରି ମାଛ ଚିହ୍ନରେ ଲଢୁଥିବା କଂଗ୍ରେସ ସମର୍ଥିତ ପ୍ରାର୍ଥି ନରସିଂହ ପ୍ରଧାନ ୧୨୮ ଖଣ୍ଡ ଭୋଟ୍‌‌ ପାଇଥିବା ବେଳେ ସୂର୍ଯ୍ୟ ଚିହ୍ନରେ ଲଢୁଥିବା ବଳଭଦ୍ର ପ୍ରଧାନଙ୍କୁ ମାତ୍ର ୧୬ ଖଣ୍ଡ ଭୋଟ୍‌‌ ମିଳିଛି । ୭୪ ଖଣ୍ଡ ଭୋଟ୍‌‌ ନାକଚ ହୋଇଛି।
ଆଜି କଡା ସୁରକ୍ଷା ମଧ୍ୟରେ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୋଟ୍‌‌ ଗଣତି କରାଯାଇଥିଲା । ଭୋଟ୍‌‌ ଗଣତି ସମୟରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‌‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା, ପୁରୀର ଅତିରିକ୍ତ ଏସ୍‌‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍‌‌ଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନାଙ୍କ ସମେତ ୮ଜଣ ପୁଲିସ ଅଧିକାରୀ ଉପସ୍ଥିତ ଥିବା ବେଳେ ଏକ ପ୍ଲାଟୁନ୍‌‌ ସଶସ୍ତ୍ର ପୁଲିସ ଫୋର୍ସ ମୂତୟନ ଥିଲେ । ବିଜୟୀ ହେବା ପରେ ପଞ୍ଚାୟତବାସୀଙ୍କୁ ଅକ୍ଷୟ କୃତଜ୍ଞତା ଜଣାଇବା ସହ ପଞ୍ଚାୟତର ସାମଗ୍ରିକ ବିକାଶ ସହ ସରକାରଙ୍କ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ଏହି ବିଜୟ ଅଗାମୀ ଦିନରେ ବିଜେପି ଦଳକୁ ଅଧିକ ମଜବୁତ୍‌‌ କରିବ ଓ ନିର୍ବାଚନମଣ୍ଡଳୀବାସୀ ବିଜେଡିକୁ କଡା ଜବାବ ଦେବେ ବୋଲି ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ କହିଛନ୍ତି । ବିଜୟୀ ପ୍ରାର୍ଥୀ ଅକ୍ଷୟଙ୍କ ସହ ଶ୍ରୀପଟ୍ଟନାୟକ ଦଳର କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କୁ ନେଇ ଏକ ବାଇକ ଶୋଭାଯାତ୍ରାରେ ପିପିଲି ବଜାର ସମେତ ଯଶୁଆପୁର ପଞ୍ଚାୟତରେ ବୁଲି ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories