www.samajalive.in
Monday, December 15, 2025
14.1 C
Bhubaneswar

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସାରନଗରୀ : ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବ୍ରଜେଶ ଚନ୍ଦ୍ର ପାଠକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସଂଗୀତ ମାଧ୍ୟମରେ ସ୍ୱାଗତ ଜଣାଇବା ସହିତ ବେଦମନ୍ତ୍ର ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟା ଷ୍ଟଡ଼ି ପଏଣ୍ଟର ନିର୍ଦ୍ଦେଶକ ସରୋଜ ବେହେରା ଯୋଗ ଦେଇ କହିଲେ ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା ଓ ନୀତି ନିୟ ପାଳନ କରିବା ଉଚିତ । ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ କଲେଜର ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ କଲେଜକୁ ସ୍ୱଛ ସୁନ୍ଦର ରଖିବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ପାଠକ କହିଲେ ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ଗର୍ବ କରିଥାଏ । ଶ୍ରେଣୀଗୃହର ପାଠପଢାକୁ ଉପଯୁକ୍ତ ଭାବେ ଆହରଣ କରି ବାସ୍ତବ କ୍ଷେତ୍ରରେ ଏହାକୁ ପ୍ରୟୋଗ କରି ପାରିଲେ ସେମାନେ ସଫଳ ହୋଇପାରିବେ । ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟ ପରିବେଶକୁ ବ୍ୟାପକ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବାବଦରେ ଶ୍ରୀ ପାଠକ ସୂଚନା ଦେବା ସହିତ ଲକ୍ଷ୍ୟ ହାସଲ ପାଇଁ ନିଷ୍ଠା ଓ ସାଧନାର ଏକାନ୍ତ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଚିତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ ।  ଦ୍ୱିତୀୟ ବର୍ଷ ଛାତ୍ର ଦୀପକ କୁମାର ସାହୁ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories