www.samajalive.in
Sunday, December 14, 2025
19.1 C
Bhubaneswar

ଡିଭାଇଡର ସହ ଧକ୍କା ଲାଗି ଓଲଟି ପଡିଲା ସ୍କର୍ପିଓ, ୩ ଆହତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଶନିବାର ଏକ ସ୍କର୍ପିଓ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ଡିଭାଇଡର ସହ ଧକ୍କା ଲାଗି ଓଲଟି ପଡିଛି । ଫଳରେ ଏଥିରେ ଥିବା ୩ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ସତ୍ୟବାଦୀରୁ ଆଠଗଡ ଅଭିମୁଖେ ଏକ ପରିବାରର ସଦସ୍ୟମାନେ ସ୍କର୍ପିଓ ଗାଡିରେ ଫେରୁଥିବା ବେଳେ ମଙ୍ଗଳପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଅଜଣା ଗାଡି ସାଇଡ୍‌‌ ମାରିଦେବାରୁ ସ୍କର୍ପିଓ ଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସହ ଧକ୍କା ଲାଗିବା ପରେ ସେଠାରେ ଓଲଟି ପଡିଥିଲା। ଫଳରେ ଉକ୍ତ ଗାଡି ମଧ୍ୟରେ ଥିବା ଆଠଗଡ ଅଞ୍ଚଳର ୨ଜଣ ମହିଳା ଓ ଜଣେ ଯୁବତୀ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ଲାଗି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଯୁବତୀ ଓ ଜଣେ ମହିଳାଙ୍କୁ ପରେ କ୍ୟାପିଟାଲ ହସ୍‌‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହାଇୱେ ପୁଲିସ ପେଟ୍ରୋଲିଂ ଟିମ୍‌‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି କ୍ରେନ୍‌‌ ଯୋଗେ ପିପିଲି ଥାନାକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories