www.samajalive.in
Saturday, December 13, 2025
23.1 C
Bhubaneswar

ଭାରତରେ ଟ୍ବିଟର କର୍ମଚାରୀ ଛଟେଇ, ମୋକଦ୍ଦମା ରୁଜୁ କଲେ କର୍ମଚାରୀ

ନୂଆଦିଲ୍ଲୀ: ଟ୍ୱିଟର ସମଗ୍ର ବିଶ୍ୱରେ ଏହାର କର୍ମଚାରୀ ହ୍ରାସ କରିବା ଆଧାରରେ ଭାରତରେ ଛ​‌େ​‌ଟଇ ଆରମ୍ଭ କରିଛି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଗତ ସପ୍ତାହରେ ଟ୍ୱିଟର ଅଧିଗ୍ରହଣ କରିବା ପରେ ଏହାର ସିଇଓ ପରାଗ ଅଗ୍ରୱାଲ୍ ଏବଂ ମୁଖ୍ୟ ଅର୍ଥନୈତିକ ଅଧିକାରୀଙ୍କ ସମେତ ଅନେକ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଥିଲେ। ଏହା ପରେ ଶୀର୍ଷ ପଦରେ ଥିବା ଅନେକ କର୍ମଚାରୀ ଇସ୍ତଫା ଦେଇଥିଲେ । ଏବେ ମସ୍କ ବିଶ୍ୱ ସ୍ତରରେ କମ୍ପାନୀର କର୍ମଚାରୀ ହ୍ରାସ କରିବା ପାଇଁ ବଡ ଧରଣର ଛଟେଇ ଆରମ୍ଭ କରିଛନ୍ତି ।

ଭାରତରେ ଶୁକ୍ରବାର ୨୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଟ୍ବିଟର ଇଣ୍ଡିଆର ଜଣେ କର୍ମଚାରୀ କହିଛନ୍ତି, କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଏହା ଜଣାଇ ଦିଆଯାଇଛି। ମସ୍କ ତାଙ୍କର ୪୪ ବିଲିୟନ ଆମେରିକୀୟ ଡଲାର ଅଧିଗ୍ରହଣକୁ କାର୍ଯ୍ୟକାରୀ କରିବା ତଥା କମ୍ପାନୀକୁ ମାନ୍ଦାବସ୍ଥା ପ୍ରଭାବରୁ ମୁକ୍ତ ରଖିବା ଲାଗି ଏହି ପଦକ୍ଷେପ ନେଇଛନ୍ତି। ଚାକିରୀ ହରାଇଥିବା ଟ୍ୱିଟର ଇଣ୍ଡିଆର କର୍ମଚାରୀମାନେ ଗଣମାଧ୍ୟମ ଆଗରେ ସେମାନଙ୍କୁ ବାହାର କରି ଦିଆଯାଇଥିବାର ସୂଚନା ଦେଇଛନ୍ତି। ଟ୍ୱିଟରରୁ କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ଲାଗି ଏଲନ ମସ୍କଙ୍କୁ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

- Advertisement -

ଏହା ବିରୋଧରେ କର୍ମଚାରୀମାନେ ନ୍ୟାୟାଳୟକୁ ମୁହାଁଉଥିବା ବେଳେ ସାନଫ୍ରାନସିସ୍କୋ ଫେଡେରାଲ କୋର୍ଟରେ ଏକ କ୍ଲାସ-ଆକ୍ସନ ମୋକଦ୍ଦମା ରୁଜୁ ହୋଇଛି। ଗତ ଜୁନ ମାସରେ ମଧ୍ୟ ଲିସ୍ ରିଓଡର୍ଣ୍ଣ ନାମକ ଜନୈକ ଓକିଲ ଟେସ୍ଲା ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ଏହି ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ସେତେବେଳେ ପ୍ରାୟ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେରିକୀୟ ଆଇନ ଅନୁସାରେ ବଡ଼ କମ୍ପାନୀମାନେ ଅନୂନ୍ୟ ୬୦ ଦିନର ଅଗ୍ରିମ ସୂଚନା ବିନା ବହୁ ସଂଖ୍ୟାରେ ଲୋକଙ୍କୁ ଛଟେଇ କରିବା ଉପରେ କଟକଣା ରହିଛି। ଇତି ମଧ୍ୟରେ ଟ୍ୱିଟର ସର୍ଭର ଡାଉନ ଥିବା ଜଣାପଡ଼ିଛି । ସଠିକ୍‌ ଭାବେ ପୃଷ୍ଠା ଖୋଲୁନି କି ଚିତ୍ର ଓ ଭିଡିଓ ଆସୁନି। ଅନେକ ସ୍ଥାନରେ ଟ୍ୱିଟର ଲଗ୍‌ ଇନ୍‌ ହେଉନଥିବା ବେଳେ କିଛି ଲୋକଙ୍କ କମ୍ପ୍ୟୁଟରରେ ଟ୍ୱିଟର ପେଜ୍‌ ତ୍ରୁଟି ଦେଖା ଦେଉଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories