ଶନିବାର ରାଶିଫଳ ୫.୧୧.୨୦୨୨

ମେଷ: ଥଣ୍ଡା କଫଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିରେ ଅବନତି ଦେଖାଦେଇପାରେ। କଥାବାର୍ତ୍ତା ଋକ୍ଷ ହୋଇପାରେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିଯୁକ୍ତ ହେବେ। ଚତୁର ହେବେ।
ବୃଷ: ଶତ୍ରୁମାନଙ୍କୁ ପରାଜିତ କରି ଗର୍ବ ଭାବ ବହନ କରିପାରନ୍ତି। ଧନ-ରତ୍ନ ଲାଭର ସୂଚନା ମିଳୁଛି। ଜଣେ ଆଦର୍ଶ ବ୍ୟକ୍ତି ଭାବେ ସମ୍ମାନିତ ହେବେ। ଶ୍ରେଷ୍ଠାସନରେ ଗାଦିନସୀନ ହୋଇପାରନ୍ତି।
ମିଥୁନ: ବିବେକାନୁମୋଦିତ ସତ୍‌ପଥରେ ଗତି କରି ବହୁ ସୁଖର ଅଧିକାରୀ ହୋଇପାରନ୍ତି। ସାମାଜିକ ସ୍ତରରେ ଜଣେ ପ୍ରଧାନ ବ୍ୟକ୍ତିବିଶେଷ ଭାବେ ପରିଗଣିତ ହେବେ। ସମସ୍ତ କଳୁଷ ଦୂର ହୋଇପାରେ।
କର୍କଟ: ଶତ୍ରୁ ଆପଣଙ୍କ ଶରଣାପନ୍ନ ହେବ। ଶୌର୍ଯ୍ୟଶାଳୀ ହେବେ। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହୋଇପାରନ୍ତି। ଶାସ୍ତ୍ର ପ୍ରତି ପ୍ରଗାଢ଼ ବିଶ୍ବାସ ରହିବ। ଜ୍ଞାନ, ଗରିମା ତୀକ୍ଷ୍ଣ ବୃଦ୍ଧିସମ୍ପନ୍ନ ହେବେ।
ସିଂହ: ପ୍ରାଣୀମାନଙ୍କ ପ୍ରତି ଦୟା ଭାବ ପ୍ରଦର୍ଶନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ଜନସମର୍ଥନ ମିଳିବ। ବିତ୍ତବାନ୍ ହୋଇପାରନ୍ତି। କୃଷି କାର୍ଯ୍ୟରେ ଦକ୍ଷ ହୋଇପାରନ୍ତି। ତେଜୀୟାନ ହୋଇ ଶତ୍ରୁ ନାଶ କରିପାରନ୍ତି।
କନ୍ୟା: ବିଭିନ୍ନ ଶାସ୍ତ୍ର ଅଧ୍ୟୟନ ପ୍ରତି ଅନୁରକ୍ତି ରହିବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ମନୋଜ୍ଞ ହୋଇପାରନ୍ତି। ରାଜପୂଜା ମିଳିପାରେ। ସମୂହ କାର୍ଯ୍ୟରେ ଶ୍ରମଦାନ କରି ପ୍ରଶଂସାର ପାତ୍ର ହେବେ।
ତୁଳା: ଋଣଦାତାଙ୍କୁ ସନ୍ତୁଷ୍ଟ କରି ବିନା ସୁଧରେ ଧନ ପରିଶୋଧ କରିପାରନ୍ତି। ନମ୍ରତା ଭାବ ଶତ୍ରୁତାର ଅବସାନ ଘଟାଇପାରେ। ବେଶଭୂଷାର ଦୃଶ୍ୟ ବିନୀତ ହୋଇପାରେ।
ବିଛା: ନିସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିବା ସହିତ ସମସ୍ତଙ୍କର ପ୍ରିୟ ଭାଜନ ହେବେ। ଶାସ୍ତ୍ର ଆଲୋଚନାରେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ କର୍ମକୁ ଜପାମାଳି କରିପାରନ୍ତି।
ଧନୁ: ବକ୍ତବ୍ୟ ହୃଦୟସ୍ପର୍ଶୀ ହେବେ। ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। କୃପା ନିଧାନ ହେବେ। ଦେବ, ଗୁରୁ, ଗୁରୁଜନଙ୍କ ପ୍ରତି ନମ୍ର ଓ ଭକ୍ତିଭାବର ହେବେ। କର୍ମକୁଶଳତା ପ୍ରକାଶ ପାଇବ।
ମକର: ବିଳାସ-ବ୍ୟସନରେ ବୁଡ଼ି ରହିପାରନ୍ତି। କୁଟିଳ ସ୍ବଭାବସମ୍ପନ୍ନ ହେବେ। ପରିବାର ପ୍ରତି ସ୍ନେହଶୀଳ ହୋଇପାରନ୍ତି। ଅର୍ଥାଭାବର ସମ୍ମୁଖୀନ ହେବାର ସୂଚନା ମିଳୁଛି। ଦିନ ଭିତରେ ସୁଖ, ଦୁଃଖ ମିଶ୍ରିତ ଫଳ ମିଳିବ।
କୁମ୍ଭ: ତେଜୀୟାନ ହେବେ। ଧର୍ମରତସମ୍ପନ୍ନ ହୋଇପାରନ୍ତି। ସାମାଜିକ ସ୍ତରରେ ଶ୍ରେଷ୍ଠାସନରେ ଆସୀନ ହେବେ। ଜନବଲ୍ଲଭ ହେବେ। ଲେଖା ଓ ରଚନାରେ ଜନ-ମନ ହରଣକାରୀ ହୋଇପାରନ୍ତି।
ମୀନ: ସୁକୁମାର ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ରୂପବାନ ହୋଇପାରନ୍ତି। କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାରେ ପାରଙ୍ଗମ ହେବେ। ପରିବାରର ପ୍ରାଣାଧିକ ହେବେ। ସୁଖ-ସମୃଦ୍ଧି ସମ୍ପନ୍ନ ହେବେ। ଅଳ୍ପକେ ସନ୍ତୁଷ୍ଟ ହୋଇପାରନ୍ତି।

Comments are closed.