www.samajalive.in
Monday, December 15, 2025
15.1 C
Bhubaneswar

ବିଭିନ୍ନ ଦେଶର ବୌଦ୍ଧ ଧର୍ମଗୁରୁଙ୍କ ଧର୍ମ ବିଜୟ ପଦଯାତ୍ରା

ତିଗିରିଆ :  ଧଉଳି କଳିଙ୍ଗ ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ ବିଭିନ୍ନ ଦେଶର ବୌଦ୍ଧ ଧର୍ମଗୁରୁମାନେ ତିଗିରିଆ ବ୍ଲକ ନୂଆପାଟଣା ଅଞ୍ଚଳରେ ଧର୍ମଯାତ୍ରା କରିବା ସହିତ ବୌଦ୍ଧ ବିହାର ପରିଦର୍ଶନ କରି ଶାନ୍ତିର ବାର୍ତ୍ତା ପ୍ରଚାର କରିଛନ୍ତି । ଏହି ଧର୍ମଯାତ୍ରାରେ ଜାପାନ ଧର୍ମଗୁରୁ ଜୁନସେଇ ତେରାସାୱା, କାଜାକସ୍ତାନ ଧର୍ମଗୁରୁ ଆଲେକ୍ସି ସ୍ମଗଲ୍ୟା, ନେପାଳର ବିବେକ ବୋମଜାନ, ପାଖରିନ୍ ସଦା, ମହାରାଷ୍ଟ୍ର ସମ୍ରାଟ ହରି ସୋଡ଼ାୱତେ, ବିନୋଦ ମଲ୍ଲାରୀ ସୋଡ଼ାୱତେ, ଉତ୍ତରାଖଣ୍ଡ କାମଲ କିଶୋର ଭଟ୍ଟ, ଜିମାଚଳ ପ୍ରଦେଶର ଦୀପକ ଠାକୁରଙ୍ଗ ସମେତ ବିଭିନ୍ନ ଦେଶର ବୌଦ୍ଧ ଭିକ୍ଷୁ ନୂଆପାଟଣାର ବୋଧିଦ୍ରୁମ ବୌଦ୍ଧ ବିହାର ପରିଦର୍ଶନ କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅଷ୍ଟମୀ ପ୍ରାର୍ଥନା ଆୟୋଜନ ହୋଇଥିବାରୁ ଭିକ୍ଷୁମାନେ ପ୍ରାର୍ଥନା ସଭାରେ ଉପସ୍ଥିତ ରହି ନୂଆପାଟଣାର ସମସ୍ତ ଉପାସକ ଓ ଉପାସିକାଙ୍କୁ ଧର୍ମ ଉପଦେଶ ଦେଇଥିଲେ । ବୁଧବାର ପ୍ରାତଃ ସକାଳେ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ବୁଦ୍ଧଜୟନ୍ତୀପୁର ଗ୍ରାମରେ ଥିବା ବୁଦ୍ଧ ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ କରି ବୋଦ୍ଧ ଉପାସକ ଲିଟୁନ ଚନ୍ଦଙ୍କ ବାସଭବନରେ ଥିବା ବୁଦ୍ଧମୂର୍ତ୍ତି ପାଶ୍ୱର୍ରେ ଯାଇ ସୁତ୍ତ ପାଠ, ପୂଜା ବନ୍ଦନା କରିଥିଲେ। ଏହାପରେ ନୂଆପାଟଣା ଗ୍ରାମରେ ଏହି ଧର୍ମ ବିଜୟ ପଦଯାତ୍ରାରେ ନୂଆପାଟଣା ବୌଦ୍ଧ ସଂଘର ସଭାପତି ରଙ୍ଗାଧର ପାତ୍ର, ସମ୍ପାଦକ ନିରଞ୍ଜନ ମହାପାତ୍ର, ମୁଖ୍ୟ ପରିଚାଳକ ସୁଦାମ ଚରଣ ବର୍ଦ୍ଧନ, ସଦାନନ୍ଦ ପାତ୍ର, ନିରାକାର ମହାପାତ୍ର, ଶାନ୍ତିଲତା ପାତ୍ର, ପ୍ରତିଭା ପାତ୍ର, ମଞ୍ଜୁଲତା ପାତ୍ର, କଳ୍ପନା ବର୍ଦ୍ଧନ, ମମତା ପାତ୍ର, ରେଣୁବାଳା ଚନ୍ଦ, ସଞ୍ଜୁକ୍ତା ବର୍ଦ୍ଧନ, ତିଳୋତ୍ତମା ଚନ୍ଦ ସମେତ ବହୁ ଉପାସିକା ଓ ଉପାସକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବୌଦ୍ଧ ଧର୍ମଗୁରୁମାନେ ଭ୍ରମଣକରି ଆଣିଥିବା ସ୍ୱତନ୍ତ୍ର ଧର୍ମ ବାଜାକୁ ବୁଦ୍ଧଜୟନ୍ତୀପୁରସ୍ଥିତ ବୋଧିଦ୍ରୁମ ବୌଦ୍ଧବିହାର କର୍ମକର୍ତ୍ତାଙ୍କୁ ପ୍ରଦାନ କରିବା ସହିତ ବୌଦ୍ଧ ଧର୍ମର ମହାନତା ଓ ପ୍ରସାର ସମ୍ପର୍କରେ ଅବଗତ କରାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories