www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଆଣୀ ବେଶରେ ଠାକୁରାଣୀ ରାଧାରାଣୀଙ୍କ ପାଦ ଦର୍ଶନ, ଲକ୍ଷାଧିକ ଭକ୍ତଙ୍କ ସମାଗମ

ସାକ୍ଷୀଗୋପାଳ: ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି। ପବିତ୍ର ଅଁଳା ନବମୀ। ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ। ବର୍ଷକରେ ଆଜି ଗୋଟିଏ ଦିନ ନିମନ୍ତେ ଭକ୍ତ ମାନଙ୍କୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ଓଡ଼ିଆଣୀ ବେଶ ଓ ପାଦ ଦର୍ଶନର ସୁଯୋଗ ମିଳିଥାଏ। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ପାଦ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ବର୍ଷକୁ ଗୋଟିଏ ଦିନ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ଓଡିଆଣୀ ଵେଶରେ ଦୁର୍ଲ୍ଲଭ ଦର୍ଶନ ସହିତ ସାକ୍ଷୀଗୋପାଳ ଠାକୁର ରାଧାଦାମୋଦର ବେଶରେ ନୃତ୍ୟରତ ଭଙ୍ଗିରେ ଶୋଭା ପାଇଥିଲେ।

ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଵେଳେ ମଙ୍ଗଳବାର ରାତି ୧୧ଟାରୁ ମନ୍ଦିର ଦେଵନୀତି ଆରମ୍ଭ କରାଯାଇ ନିର୍ଦ୍ଧାରିତ ସମୟର ୩ଘଣ୍ଟା ପୂର୍ବରୁ ପାଦଦର୍ଶନ ଆରମ୍ଭ ହୋଇଥିଲା। ମନ୍ଦିର ସମ୍ମୁଖରେ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ଼ ମଧ୍ୟରେ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ। ସିଂହଦ୍ୱାର ନିକଟରେ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ ହୋଇ ମନ୍ଦିର ପ୍ରଵେଶ କରି ସାକ୍ଷୀଗୋପାଳଙ୍କ ନଟଵର ବେଶ ଓ ଶ୍ରୀ ରାଧାଙ୍କ ଓଡିଆଣୀ ବେଶ ଦର୍ଶନ, ଦୀପଦାନ, ଅଁଳା ବୃକ୍ଷ ପରିକ୍ରମା ଓ ପୂଜାର୍ଚ୍ଚନା ପରେ ଉତ୍ତର ଦ୍ଵାରରେ ପ୍ରସ୍ଥାନ କରିଥିଲେ। କୋଟ ଉପର କାର ପାର୍କିଙ୍ଗ୍ ସ୍ଥଳରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ିରେ ମନ୍ଦିର ନିକଟରେ ପହଞ୍ଚାଇବା ସୁବିଧା କରାଯାଇଥିଲା। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ରହୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଅଗ୍ନିଶମ ଓ ସ୍ଵେଚ୍ଛାସେବୀ ମାନେ ସୁବାସିତ ଜଳ ସିଞ୍ଚନ କରିବା ସହିତ ପାନୀୟ ଜଳ ଯୋଗାଇ ଦେଇଥିଲେ। ଵିଶ୍ରାମ ସ୍ଥଳ ସହ ଵିଭିନ୍ନ ଅନୁଷ୍ଠାନ ସେଵା ଯୋଗାଇ ଦେଇଥିଲେ।

- Advertisement -

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ କୁମାର ସାହୁ, ଉପଜିଲ୍ଲାପାଳ ଭଵତାରଣ ସାହୁ, ଏସ୍ ପି ଡ. କେ. ବିଶାଲ ସିଂ, ସତ୍ୟଵାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଲକ ଚେୟାରମ୍ୟାନ ସୁନିଲ ପଣ୍ଡା, ଅତିରିକ୍ତ ଏସ୍ ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଡିପିଓ ଦେଵଦତ୍ତ ବରାଳ, ଆଇଆଇସି ଵିଜୟ କେତନ ବେହେରା, ତହସିଲଦାର ଜୟନ୍ତ ଜୟସିଂ, ବିଡ଼ିଓ ଲୋଚନ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ବସନ୍ତ ପ୍ରଧାନ, ସେଵାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦ ଓ କର୍ମକର୍ତ୍ତା ବୃନ୍ଦ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ମନ୍ଦିରକୁ ରଙ୍ଗ ଵେରଙ୍ଗ ଆଲୋକ ଓ ଫୁଲମାଳ ସଜ୍ଜା ଯାଇଛି। ୩ ଦିନ ଵ୍ୟାପି ଶ୍ରୀରାଧା ଉତ୍ସବ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ କରାଯାଇଥିଵା ବେଳେ ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶନ ମଣ୍ଡପ ଖୋଲାଯାଇଛି। ଭିଡ଼ରେ ଅପରାଧ ରୋକିବା ନିମନ୍ତେ ମନ୍ଦିର ପରିସର ବାହାରେ ସିସିଟିଭି କ୍ୟାମେରା ଲାଗଯାଇଥିଲା। ଡ଼ଗ୍ ସ୍କ୍ବାଡ ଓ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯାଇଥିଲା। ଚନ୍ଦନ ପୋଖରୀ ଠାରୁ ପ୍ରାୟ ୧ କିଲୋମିଟର ଲମ୍ବା ଧାଡିରେ ଯାଇ ଭକ୍ତମାନେ ଦର୍ଶନ ସୁବିଧା ପାଇଥିଲେ। ଭକ୍ତ ପ୍ରାୟ ୨ ଘଣ୍ଟା ଧରି ଧାଡିରେ ଠିଆ ହୋଇଥିଲେ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ଏସପି କନୱର ବିଶାଳ ସିଂ, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ ଡି ପି ଓ ଦେବଦତ୍ତ ବରାଳ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ ଓ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଭକ୍ତ ମାନଙ୍କ ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories