www.samajalive.in
Sunday, December 7, 2025
14.1 C
Bhubaneswar

ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଷଠିଘରକୁ ଅଗ୍ନି ନିରୋଧୀ କରାଯିବ: ଜିଲାପାଳ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରକୁ ଅଗ୍ନି ନିରୋଧୀ କରାଯିବ ବୋଲି ସୁଆଣ୍ଡୋରେ ପୁରୀ ଜିଲାପାଳ ସମର୍ଥ ବର୍ମା ଘୋଷଣା କରିଛନ୍ତି । ସରକାରଙ୍କ ପକ୍ଷରୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଷଠିଘରକୁ ନୂତନ ଭାବେ ନିର୍ମାଣ କରାଯାଉଛି । ସେହି ଘରକୁ ନଡା ଛପର କରାଯାଇ ଚାଳଘର କରାଯାଇଥିଲା । ଦୀପାବଳି ଦିନ କୌଣସି କାରଣରୁ ଉକ୍ତ ଚାଳଘରେ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀ ଓ ଜିଲାପାଳଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ସତ୍ୟବାଦୀ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣାକୁ ନେଇ ଓଡ଼ିଶାର ସବୁ ସ୍ତରରୁ ଦୁଃଖ ପ୍ରକାଶ ପାଇଥିଲା । ବୁଧବାର ସକାଳେ ଜିଲାପାଳ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଗୃହ ଓ ରାସ୍ତା ନିର୍ମାଣ ବିଭାଗ ଅଧିକ୍ଷକ ଯନ୍ତ୍ରୀ ଅଜିତ ମହାପାତ୍ର, ଗୋପବନ୍ଧୁ ସ୍ମୃତି ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଏବଂ ଓଡ଼ିଶା ସେତୁ ଓ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ ନିଆଁ ଲାଗିଥିବା ଘରକୁ ପରିଦର୍ଶନ କରିଥିଲେ । ଏ ସଂପର୍କରେ ଏକ ଆଲୋଚନା ସଭା କରାଯାଇଥିଲା । ଉଚ୍ଚ ମାନର ଅଗ୍ନି ନିରୋଧକ ମାଙ୍ଗାଲୋର ଟାଇଲ୍ ଦ୍ୱାରା ଗୋପବନ୍ଧୁଙ୍କ ଷଠିଘର ଚାଳକୁ ସଂପୂର୍ଣ୍ଣ ଆଚ୍ଛାଦିତ କରାଯିବ ବୋଲି ଜିଲାପାଳ ଶ୍ରୀ ବର୍ମା ଘୋଷଣା କରିଛନ୍ତି । ଟାଇଲ୍ ପକାଇବା କାମ ଜାନୁଆରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଓବିସିସି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍କଳମଣିଙ୍କ କୁଳଦେବତା ରାଧା ବିନୋଦ ବିହାରୀ ଠାକୁରଙ୍କ ମନ୍ଦିର ପରିସରରେ ଦୁଇଟି ବିଜୁଳି ଖୁଣ୍ଟ ପକାଇ ବିଜୁଳି ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ଗୋପବନ୍ଧୁଙ୍କ ଷଠିଘର ନିଆଁ ଲାଗିଯିବା ଖବର ସମାଜରେ ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇଥିଲା ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories