www.samajalive.in
Saturday, December 6, 2025
26.1 C
Bhubaneswar

ରେଙ୍ଗାଲିରେ ରେଳବାଇ ଓଭର୍‌‌ ବ୍ରିଜ୍‌‌ କେବେ?

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଦେଇ ଯାଇଥିବା ରେଳ ଲାଇନ୍‌‌ ଉପରେ ଓଭର ବ୍ରିଜ୍‌‌ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲେ ହେଁ କୌଣସି ସୁଫଳ ମିଳୁ ନାହିଁ। ଫଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରେଙ୍ଗାଲି ଷ୍ଟେସନ୍‌‌ ଦେଇ ୨୪ ଘଣ୍ଟା ମଧ୍ୟରେ ୬୫ରୁ ଊର୍ଦ୍ଧ୍ବ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍‌‌ ଯାତୟାତ କରୁଥିବାରୁ ଲେଭଲ୍‌‌ କ୍ରସିଂରେ ଜନସାଧାରଣଙ୍କୁ ପ୍ରତି ଟ୍ରେନ୍‌‌ ଯାତାୟାତ ସମୟରେ ଅପେକ୍ଷା କରିବାକୁ ପଡୁଛି। ଲେଭଲ୍‌‌ କ୍ରସିଂ ଦେଇ ଯାଇଥିବା ରାସ୍ତା ରେଙ୍ଗାଲି ବ୍ଲକ ଅଫିସ, ସରାକରୀ ପଲିଟେକ୍ନିକ୍‌‌ ଭଳି ସରକାରୀ କାର୍ଯ୍ୟାଳୟ କୁ ସଂଯୋଗ କରିବା ସହିତ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅଞ୍ଚଳ ଦେଇ ଛତିଶଗଡ଼କୁ ସଂଯୋଗ କରୁଛି। ନିସାନଭଙ୍ଗା ଏବଂ ସାଲଡ ଗ୍ରାମ ପଞ୍ଚାୟତ ଅଞ୍ଚଳ ଜନସାଧାରଣ, ସ୍କୁଲ କଲେଜ ଛାତ୍ରଛାତ୍ରୀ ନିୟମିତ ରେଲବାଇ ଲେଭଲ୍‌‌ କ୍ରସିଂ ଅତିକ୍ରମ କରି ରେଙ୍ଗାଲିକୁ ଆସିବା ସମୟରେ ଟ୍ରେନ୍‌‌ ଯାତାୟାତ ଯୋଗୁଁ ଲେଭଲ୍‌‌ କ୍ରସିଂ ଫାଟକ ବନ୍ଦ ରହୁଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହୀରାକୁଦ ଜଳ ଭଣ୍ଡାର ଉପରେ ସେତୁ ନିର୍ମାଣ ପରେ ନବ ନିର୍ମିତ ସେତୁ ଦେଇ ରେଙ୍ଗାଲିରୁ ଲଖନପୁର ବ୍ଲକ ଅଞ୍ଚଳ ତଥା ଛତିଶଗଡ଼ ପ୍ରଦେଶର ରାୟଗଡ଼ ଅଞ୍ଚଳ କୁ ଯାତାୟାତ ପାଇଁ ସ୍ୱଳ୍ପ ସମୟ ଲାଗୁଥିବା ଏବଂ ନିରାପଦ ରାସ୍ତା ହୋଇଥିବାରୁ ଯାନବାହାନ ଚଳାଚଳ ଆଶାତିତ ଭାବରେ ବୃଦ୍ଧି ପାଇଛି। ଏହି ରାସ୍ତା ଅହରହ ଯାନବାହାନ ଚଳାଚଳରେ ବ୍ୟସ୍ତ ରହୁଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ବୃହତ୍ତର ସୁବିଧା ଦୃଷ୍ଟିରୁ ରେଙ୍ଗାଲି ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ୍‌‌ ଉପରେ ଓଭର୍‌‌ ବ୍ରିଜ୍‌‌ ନିର୍ମାଣ କରାଯିବାକୁ ଦାବି ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories