www.samajalive.in
Sunday, December 7, 2025
26.1 C
Bhubaneswar

କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେଲା ମନ୍ତ୍ରୀ ଗୋଷ୍ଠୀ

ନୂଆଦିଲ୍ଲୀ : କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ରୋକିବାକୁ କେନ୍ଦ୍ର ସରକାର ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତ୍ରୀଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ରୋକିବାକୁ ଥିବା ଆଇନଗତ ଓ ସଂସ୍ଥାଗତ ନିୟମାବଳୀକୁ ଶକ୍ତିଶାଳୀ କରିବା ଉପରେ ଏହି ମନ୍ତ୍ରୀଗୋଷ୍ଠୀ ଗୁରୁତ୍ୱ ଦେବ। ଆଇନଗତ ଓ ସଂସ୍ଥାଗତ ନିୟମକୁ ଠିକ୍‍ ଭାବେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ତାକୁ ତର୍ଜମା କରାଯିବ। ଯଦ୍ଦ୍ୱାରା ଯୌନ ନିର୍ଯାତନା ଭଳି ମାମଲାକୁ ହ୍ରାସ କରାଯାଇପାରିବ। ମନ୍ତ୍ରୀ ଗୋଷ୍ଠୀରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ। ଏହି ମନ୍ତ୍ରୀ ଗୋଷ୍ଠୀ ୩ମାସ ମଧ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ନୀତି ନିୟମକୁ ଅନୁଧ୍ୟାନ କରିବା ପୂର୍ବକ ଭବିଷ୍ୟତ ପଦକ୍ଷେପ ପାଇଁ ସୁପାରିସ କରିବ। ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାର ଅଭିଯୋଗ ଉପସ୍ଥାପନ ପାଇଁ ବର୍ତ୍ତମାନ ଚାଲିଥିବା ମି ଠୁ ଅଭିଯାନ ପରିପ୍ରେକ୍ଷୀରେ ଏହି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏହି ମି ଠୁ ଅଭିଯାନକୁ ନେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‍ଜେ ଆକବର ଇସ୍ତଫା ଦେଇଛନ୍ତି। ଆକବର ତାଙ୍କ ସାମ୍ବାଦିକତା ବୃତ୍ତି ସମୟରେ ବିଭିନ୍ନ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories