www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଦିବସ ପାଳିତ

ହରଭଙ୍ଗା : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଉପଲକ୍ଷେ ଶନିବାର ହରଭଙ୍ଗା ବ୍ଲକ ପକ୍ଷରୁ  ସ୍ଥାନୀୟ ସଭାଗୃହରେ ବ୍ଲକସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଦିବସ ପାଳନ ହୋଇଥିଲା। ଏହି ବୈଠକରେ ହରଭଙ୍ଗା ବିଡିଓ ରବିନ୍ଦ୍ରନାଥ କହଁର, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସିଡିପିଓ ନିରୂପମା ପାଣି, ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ, ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ, ଜିପିଇଓ ଜତିନ ମିଶ୍ରଙ୍କ ସହିତ ଅଗ୍ନିଶମ, ପୁଲିସ, ବ୍ଲକ ଏବଂ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା  ପ୍ରମୁଖ ଯୋଗଦାନ କରିଥିଲେ। ବିପର୍ଯ୍ୟୟ ପ୍ରଶମନ ଦିବସର ଲକ୍ଷ୍ୟ ଏବଂ ହ୍ରାସ ଦିଗରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିପର୍ଯ୍ୟୟ ପ୍ରଶମନ ପାଇଁ ସମସ୍ତେ ଶପଥ ନେବା ସହିତ ବିପର୍ଯ୍ୟୟକୁ କିପରି ହ୍ରାସ କରିହେବ ଏବଂ ଆଗୁଆ ସୂଚନା ଦ୍ୱାରା କିପରି ସୁରକ୍ଷିତ ରହିବା ସେ ଦିଗରେ ଆଲୋଚନା ହୋଇଥିଲା । ବୈଠକ ପରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ର ବାହାରି ଚାରିଛକ ବଜାର ପରିକ୍ରମା କରିବା ସହିତ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories