www.samajalive.in
Monday, December 15, 2025
27.1 C
Bhubaneswar

ଆପୋଷ ବୁଝାମଣା ବଦଳରେ ଯୁବତୀଙ୍କୁ ଗଣବଳାତ୍କାର

ଲାହୋର : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆପୋଷ ବୁଝାମଣା ନାମରେ ଏକ ବିବାଦର ସମାଧାନ ପାଇଁ ବଳାତ୍କାରକୁ ସ୍ୱୀକୃତି ଦେବା ଭଳି ଏକ ଘୃଣ୍ୟ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ଲାହୋରଠାରୁ ୨୦୦ କିଲୋମିଟର ଦୂର ପିରମହଲରେ ଗତ ସପ୍ତାହରେ ଘଟିଛି । ପିରମହଲ ଥାନାରେ ରୁଜୁ ଏତଲା ଅନୁସାରେ ମାର୍ଚ୍ଚ ୨୦ରେ ପିରମହଲର ଗରିବାବାଦ ଅଞ୍ଚଳର ଜଣେ ବ୍ୟକ୍ତି ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରିଥିଲେ । ପୀଡ଼ିତାର ଘର ଲୋକେ ଏନେଇ ଥାନାରେ ମାମଲା ରୁଜୁ କରିବାକୁ ଧମକ ଦେବା ପରେ ଅଭିଯୁକ୍ତର ପରିବାର ଲୋକେ ଅଦାଲତ ବାହାରେ ମାମଲାର ଆପୋଷ ସମାଧାନ କରିବାକୁ ଅନୁରୋଧ କରିଥିଲେ । ଆପୋଷ ସମାଧାନ ଅନୁସାରେ ପ୍ରତିବଦଳରେ ଅଭିଯୁକ୍ତର ଭଉଣୀ ସହ ଗଣବଳାତ୍କାର କରାଯାଇଥିଲା । ଏନେଇ ଉଭୟ ପରିବାର ଲୋକେ ଆପୋଷ ବୁଝାମଣାର ଷ୍ଟାମ୍ପ ପେପର ପ୍ରସ୍ତୁତ କରୁଥିବାବେଳେ ଘଟଣା ପଦାକୁ ଆସିଥିଲା । ଏହି ଘଟଣାରେ ୪ ମହିଳାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ଏହି ଘଟଣା କେବଳ ପାକିସ୍ତାନ ନୁହେଁ, ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories