www.samajalive.in
Monday, December 15, 2025
14.1 C
Bhubaneswar

ମହିଳାଙ୍କୁ ସଂଘବଦ୍ଧ ହତ୍ୟା ଘଟଣା, ୧୧ଜଣଙ୍କୁ ଆଜୀବନ କାରାଦେଶ

ରାଉରକେଲା: ଡାହାଣୀ ସନ୍ଦେହରେ ହତ୍ୟା ମାମଲାରେ ୧୧ଜଣଙ୍କୁ ଆଜୀବନ କାରାଦେଶ କରାଯାଇଛି। ଏହାସହିତ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ୧୪ଜଣଙ୍କୁ ଦଣ୍ଡାଦେଶ ଶୁଣାଇଲେ ରାଉରକେଲା ଏଡିଜେ-୧। ୨୦୧୮ କୁଆଁରିଆ ଫାଣ୍ଡି ରତାଖଣ୍ଡି ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଡାହାଣୀ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରି ମହିଳାଙ୍କୁ ହତ୍ୟା କରାଯାଇଥିଲେ।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଏଡିଜେ-୧ କୋର୍ଟ ମାମଲା ବିଚାର କରି କରି ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିଛନ୍ତି। ୧୧ ଜଣଙ୍କୁ ଆଜୀବନ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନିତା ସିଂ, ରୀତା ସିଂ ଓ ଲଳିତା ସିଂଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

- Advertisement -

୨୦୧୮ ମସିହା ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ରତାଖଣ୍ଡି ଗାଁର ଯଶୋଦା ସିଂ, ତାଙ୍କ ସ୍ୱାମୀ ଫଗୁ ସିଂ ଓ କମଳେଶ ସିଂଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ଯଶୋଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଫଗୁ ଓ କମଳେଶ ଗୁରୁତର ଆହତ ହୋଇଥିଲେ। ଏନେଇ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories