www.samajalive.in
Monday, December 15, 2025
27.1 C
Bhubaneswar

ବିଷାକ୍ତ ଚା’ ପିଇବା ପରେ ତିନିଜଣଙ୍କର ମୃତ୍ୟୁ

ଲକ୍ଷ୍ମୌ – ଉତ୍ତରପ୍ରଦେଶର ମୈନପୁରରେ ବିଷାକ୍ତ ଚା’ ପିଇବା ପରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଶୀତ ଆରମ୍ଭ ହୋଇଥିବାରୁ ସକାଳେ ମୈନପୁର କନହାଇ ଗ୍ରାମରେ ରମା ନାମକ ଜଣେ ମହିଳା ତାଙ୍କ ପିଲା ଏବଂ ପରିବାରର ୫ ଜଣଙ୍କ ପାଇଁ ଚା ତିଆରି କରିଥିଲେ ।

ଚା ପିଇବା ପରେ ଘଟଣାସ୍ଥଳରେ ଦୁଇ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ପିଲାଙ୍କର ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା ।

- Advertisement -

ରମା ଚା ତିଆରି କରୁଥିବାବେଳେ ସେଠାରେ ଫସଲରେ ପକାଇଥିବା ଥିବା କୀଟନାଶକ ବା ବିଷ ପକାଇଦେଇଥିଲେ । ସେ ଭୁଲ୍‌ରେ ସେଥିରେ ଏହାକୁ ପକାଇ ଦେବା ପରେ ଘରର ସମସ୍ତେ ଚା ପିଇଥିଲେ । ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ତଦନ୍ତକାରୀ ପୁଲିସ ଅଧିକାରୀ କମଲେଶ୍‌ ଦୀକ୍ଷିତ ସୂଚନା ଦେଇଛନ୍ତି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories