www.samajalive.in
Tuesday, December 9, 2025
15.1 C
Bhubaneswar

ଜନସମ୍ପର୍କ ପଦଯାତ୍ରାରେ ଦମ୍ ଦେଖାଇଲା ବିଜେଡି

ପାତ୍ରପୁର: ଚିକିଟି ନିର୍ବାଚନମଣ୍ଡଳୀ ପାତ୍ରପୁର ବ୍ଲକ ସୁରଙ୍ଗୀ ଜୋନ ତରଫରୁ ଶୁକ୍ରବାର ସୁରଙ୍ଗୀ ରଥଦାଣ୍ଡରେ ବିଜେଡି ଜନସମ୍ପର୍କ ପଦଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସହସ୍ରାଧିକ ବିଜେଡି କର୍ମୀ ଓ କର୍ମକର୍ତ୍ତା ସୁରଙ୍ଗୀ ମେଡିକାଲଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ସଭାସ୍ଥଳକୁ ପ୍ରାୟ ଏକ କିଲୋମିଟର ଯାଏ ବିରାଟ ପଟୁଆର ଭିତରେ ପଦଯାତ୍ରାରେ ବାହାରିଥିଲେ। ଭିଡ଼ରେ ସୁରଙ୍ଗୀ ରାଜଦାଣ୍ଡ ଜନସମୁଦ୍ର ଭଳି ମନେ ହେଉଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷାଦେବୀ ପହଞ୍ଚିବା ପରେ ଦଳୀୟ କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ସହସ୍ରାଧିକ ମହିଳା ପଦଯାତ୍ରାରେ ସାମିଲ ଥିଲେ। ପଦଯାତ୍ରା ପରେ ଅନୁଷ୍ଠିତ ସଭାରେ ବିଜେଡି ବ୍ଲକ ସଭାପତି ରାମନାଥ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ। ଲୋକଙ୍କ ହିତ ପାଇଁ କାମ କରୁଥିବାରୁ ନବୀନ ସରକାରଙ୍କ ଲୋକପ୍ରିୟତା ବଢୁଛି ବୋଲି ମନ୍ତ୍ରୀ ଉଷାଦେବୀ କହିଥିଲେ। ଆୟୋଜିତ ପଦଯାତ୍ରାରେ ମନ୍ତ୍ରୀଙ୍କ ସହିତ ତାଙ୍କ ପୁଅ ଶ୍ରୀରୁପ ଦେଓ, ବାପୁଜି ବିଷୋୟୀ, ସଚ୍ଚିଦାନନ୍ଦ ରାଜଗୁରୁ, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ବଡମୁଣ୍ଡି, ସୁରଙ୍ଗୀ ସରପଞ୍ଚ ସରସ୍ୱତୀ ନାଇକ, ସମିତିସଭ୍ୟ କନକ ନାୟକ, ଡି. ସଂଜୀବ ରାଓ ପ୍ରମୁଖଙ୍କ ସହ ଅନେକ ମଞ୍ଚରେ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଆୟୋଜନରେ ନୀଳାମ୍ବର ପ୍ରଧାନ, ପ୍ରକାଶ ଦାସ, ବୃନ୍ଦାବନ ସାହୁ, ଜେ. ଧର୍ମାରାଓ, ରିତା ମହାନ୍ତି, ରାମକୃଷ୍ଣ ନାୟକ, ସରୋଜ ଦୋରା, ମନୋଜ ମଣ୍ଡଳ, ପ୍ରକାଶଚୌଧୁରୀ ଓ ଟି.କୈଳାସ ପାତ୍ର ପ୍ରମୁଖଙ୍କ ସହ ସୁରଙ୍ଗୀ ଜୋନର ସମସ୍ତ ସାତଗୋଟି ପଂଚାୟତର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories