ଭୁବନେଶ୍ବର : ରାଜ୍ୟ ଫୁଲବାଣୀ ଏବଂ ପାରଳାଖେମୁଣ୍ଡି ଠାରେ କୁହୁଡି ଦୃଶ୍ୟମାନ ହୋଇଛି। ଫୁଲବାଣୀ ଠାରେ ଦୃଶ୍ୟମାନ ଦୂରତା ୨୦୦ମିଟର ଏବଂ ପାରଳାଖେମୁଣ୍ଡି ଠାରେ ଦୃଶ୍ୟମାନ ଦୂରତା ୭୦୦ମିଟର ରହିଛି।
ଅନ୍ୟ ପକ୍ଷରେ ରାଜ୍ୟର୨୩ ସହରରେ ରାତ୍ରି ତାପମାତ୍ରା ୨୦ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୧୨.୪ ଡ଼ିଗ୍ରୀ ଏବଂ ସିମିଲିଗୁଡା କୋରାପୁଟ ଠାରେ ୧୨.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡିରେ ୧୩.୫ ଡ଼ିଗ୍ରୀ, କୋରାପୁଟରେ ୧୪.୫ ଡ଼ିଗ୍ରୀ, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଠାରେ ରାତ୍ରି ତାପମାତ୍ରା ୧୫ଡ଼ିଗ୍ରୀ ରେକର୍ଡ କରାଯାଇଛି।
ଫୁଲବାଣୀ ଓ ପାରଳାଖେମୁଣ୍ଡିରେ କୁହୁଡି : ୨୩ ସହରରେ ରାତ୍ରି ତାପମାତ୍ରା ୨୦ଡ଼ିଗ୍ରୀ ତଳେ
Popular Categories



