bjd gruha runa

୮ରେ ଜୟଶଙ୍କରଙ୍କ ରୁଷ୍‌ ଗସ୍ତ

BJD Bijuli 480×75 Mob

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ନଭେମ୍ବର ୮ରେ ରୁଷ୍‌ ଗସ୍ତରେ ଯିବେ। ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ପରଠାରୁ ଜୟଶଙ୍କରଙ୍କ ଏହା ପ୍ରଥମ ରୁଷ୍ ଗସ୍ତ ହେବ। ଏହି ଗସ୍ତ କାଳରେ ସେ ତାଙ୍କର ରୁଷ୍ ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଝାଖାରୋଭ କହିଛନ୍ତି ଯେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଜୟଶଙ୍କରଙ୍କ ଗସ୍ତ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Comments are closed.