କଣ୍ଟାବାଞ୍ଜି କରଣ ସମାଜର ବାର୍ଷିକ ସମ୍ମିଳନୀ ଓ ଚିତ୍ରଗୁପ୍ତ ପୂଜା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି କରଣ ସମାଜ ତରଫରୁ ସ୍ଥାନୀୟ ମାନସ ଭବନଠାରେ ଭଗବାନ ଚିତ୍ରଗୁପ୍ତ ପୂଜା ଏବଂ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଚିତ୍ତଗୁପ୍ତଙ୍କ ପୂଜାରେ କର୍ତ୍ତା ଭାବେ ମୁନ୍ନା ବହିଦାର ଶସ୍ତ୍ରିକ ପୂଜାର୍ଚ୍ଚନା କରିଥିଲେ। ବାର୍ଷିକ ଅଧିବେଶନ ସଭାପତି ପୁର୍ଣ୍ଣଦାନନ୍ଦ ମହାନ୍ତିଙ୍କ ସଭାପତିତ୍ୱ ଆରମ୍ଭ ହୋଇଥିଲା। ପରେ କରଣ ସମାଜର ଦିବଂଗତ ବ୍ୟକ୍ତିଙ୍କ  ଆତ୍ମାର ସଦଗତି ପାଇଁ  ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ବିଶ୍ୱନାରାୟଣ ବହିଦାର ବାର୍ଷିକ ବିବରଣୀ ପାଠ କରିଥିଲେ।
ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରିବାସହ, ଚିତ୍ରଗୁପ୍ତ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହେଲା। ପରେ ସମାଜର ମହିଳା ଓ ଶିଶୁ ମାନଙ୍କ ଭିତରେ ବିଭିହ୍ନ ପ୍ରତିଯୋଗିତା ହୋଇ, କୃତୀ ପାତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ନୂତନକର୍ମ କର୍ତ୍ତାଙ୍କୁ ସମାଜ ତରଫରୁ ସ୍ୱାଗତ କରାଯାଇଥିଲା।ସଭାପତି ଭାବେ ପୁନର୍ବାର ପୂର୍ଣ୍ଣଦାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଭୁବନାନନ୍ଦ ମହାନ୍ତି, ସଂଗଠକ ସମ୍ପାଦକ ଶୁକଦେବ ମହାନ୍ତି, ଉପସଭାପତି ଭାବେ, ଶ୍ରୀମତୀ ବିଜୁଳି ମହାନ୍ତି, ରାଜୀବ ମହାନ୍ତି, ସୁବୋଧ କୁମାର ବହିଦାର, ସହ ସମ୍ପାଦକ ରଂଜନବହିଦାର, କୋଷାଧକ୍ଷ ପ୍ରିତିଶ ମହାନ୍ତି, ଯୁବ ସଙ୍ଗଠନ ସମ୍ପାଦକ ଆଲୋକ ମହାନ୍ତି, ସୁବମ ବହିଦାର ପ୍ରମୁଖ ନୂତନ କର୍ମକର୍ତ୍ତା ଭାବେ ନିର୍ବାଚିତ ହୋଇଥି​ଲେ। ସେହିପରି କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଅଜୟ ଦାସ, ସୁରେଶ ମହାନ୍ତି, ବିଶ୍ୱନାରାୟଣ ବହିଦାର, ସୁଭେ​‌ନ୍ଦୁ ମହାନ୍ତି, ସନ୍ତୋଷ ମହାନ୍ତି, ରିତା ମହାନ୍ତି, ସୁଷମା ମହାନ୍ତି, ପ୍ରଶାନ୍ତ ମହାନ୍ତି, ରମାକାନ୍ତ ଦାସ ଓ ରୀନା ମହାନ୍ତି. ଉପଦେଷ୍ଟା ଭାବେ ସୁବାଷ ଚନ୍ଦ୍ର ବେହେରା, ଶିବାଜୀ ମହାନ୍ତି, ପବନ ମହାନ୍ତି, ପ୍ରମୁଖଙ୍କୁ ଚୟନ କରାଯାଇଛି।
prayash
kalyan agarbati

Comments are closed.