www.samajalive.in
Monday, December 15, 2025
27.1 C
Bhubaneswar

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ; ୩ ଆହତ

ବଲାଙ୍ଗିର: ବଲାଙ୍ଗିର ଟାଉନ ଥାନାର ରାଜୀବ ନଗରରେ ବୁଧୁବାର ମଧ୍ୟାହ୍ନ ସମୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଆହତ ୩ ଜଣଙ୍କୁ ସ୍ଥାନୀୟ ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ସୂଚନା ଅନୁସାରେ, ସର୍ବେଶ୍ବର ସାହୁଙ୍କ ଘର ରାଜୀବ ନଗର। ଘରେ ଜ୍ବାଇଁ ସୁମନ ପାଣିଗ୍ରାହୀ, ଝିଅ ପିଙ୍କି ଓ ଅନ୍ୟମାନେ ଥିଲେ। ୫/୬ଜଣ ଯୁବକ ୨ଟି ଟାଙ୍ଗିଆ ଧରି ଘରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ଶ୍ବଶୁର ସର୍ବେଶ୍ବର ଟାଙ୍ଗିଆ ଧରିଥିବା ଯୁବକଙ୍କୁ କାବୁ କରିଥିଲେ। ଅନ୍ୟ ଆକ୍ରମଣକାରୀ ଘରେ ପଶି ସୁମନ, ପିଙ୍କିଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ଘଟଣା ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଖବର ପାଇ ସହରାଞ୍ଚଳ ପୁଲିସ ଖୋଳତାଡ ଆରମ୍ଭ କରିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories