ଆଜିର ରାଶିଫଳ (ବୁଧବାର) ୨୬/୧୦/୨୦୨୨
ମେଷ: ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିଜୟୀ ହେବେ । ବିବେକୀ ହୋଇପାରନ୍ତି । ଅଭିମାନୀ ହେବେ । ପ୍ରଭାବ ବିସ୍ତାର କରିବେ । ଲେଖାପଢ଼ାରେ ଧନ ଅର୍ଜନ କରିବେ । ଅଶ୍ବିନୀ ଓ କୃତ୍ତିକାର ସାମାନ୍ୟ ଶୁଭ ।
ବୃଷ: ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ସ୍ତ୍ରୀ-ପୁତ୍ରହେତୁକ ସୁଖଭୋଗ କରିବେ । ପବିତ୍ର ହୃଦୟ ସମ୍ପନ୍ନ ହେବେ । ଯଶସ୍ବୀ ହେବେ। କୃତ୍ତିକା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତିମାନଙ୍କୁ ସତର୍କରେ ଚଳିବାକୁ ପଡ଼ିବ ।
ମିଥୁନ: ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ । ପାଣ୍ଡିତ୍ୟ ଅର୍ଜନ କରିବେ । ବନ୍ଧୁପ୍ରେମୀ, ନୀତିଜ୍ଞ ହେବେ । ଯାନବାହନ ସୁଖ ମିଳିବ। ସ୍ମରଣଶକ୍ତି ପ୍ରଖର ହେବ । ମୃଗଶିରା ନକ୍ଷତ୍ର ପ୍ରଭାବହୀନ ହେବେ।
କର୍କଟ: ଅଶ୍ଳେଷା ନକ୍ଷତ୍ରଜାତ ବ୍ୟକ୍ତି ସାହସୀ, ଯୌଥ ପରିବାରଯୁକ୍ତ, କୁଶଳତାପୂର୍ବକ ନିଜର ଅଭିଳାଷ ପୂରଣ କରିବେ । ବ୍ୟବସାୟ ଲାଭଜନକ ହେବ । ପୁନର୍ବସୁର ଶୁଭା। ପୁଷ୍ୟାନକ୍ଷତ୍ରର ସାମାନ୍ୟ ଶୁଭ ।
ସିଂହ: ପୂର୍ବା ଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ସୁଦୃଶ୍ୟ ଶରୀର ସମ୍ପନ୍ନ ହେବେ । ପିତୃଭକ୍ତ ହେବେ । ପାପ ପରାଙ୍ମୁଖୀ ହେବେ । ସତ୍ୟବାଦୀ, ଆଇନଜୀବୀ ବା ବିଚାରକ ହୋଇପାରନ୍ତି । ମଘା, ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଶୁଭ।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସତ୍ୟବକ୍ତା ଓ ବିଳାସପ୍ରିୟ ହେବେ । ଆସ୍ତିକ ହେବେ । ମିତବ୍ୟୟୀ ହୋଇପାରନ୍ତି । ପତ୍ନୀସ୍ନେହୀ ହେବେ । ଉତ୍ତରା ଫାଲ୍ଗୁନୀ ଓ ଚିତ୍ରାର ସାମାନ୍ୟ ଶୁଭ ।
ତୁଳା: ସ୍ବାତୀ ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ବିଦ୍ବାନ ଓ ଧାର୍ମିକ ହେବେ । ଉଦାର ସ୍ବଭାବସମ୍ପନ୍ନ ହେବେ । ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ।
ବିଛା: ସତ୍ୟବକ୍ତା ହେବେ । ଅତିଥି ପରାୟଣ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟରୁ ପ୍ରଚୁର ଧନ ଅର୍ଜନ କରିବେ । ଉପରୋକ୍ତ ଶୁଭଫଳ ଜ୍ୟେଷ୍ଠା ଓ ବିଶାଖାର; ଅନୁରାଧାର ସାମାନ୍ୟ ଶୁଭ ।
ଧନୁ: ପୂର୍ବାଷାଢ଼ା, ନକ୍ଷତ୍ରଜାତ ବ୍ୟକ୍ତି ପିତା, ମାତା ଓ ଗୁରୁଜନ ଭକ୍ତ ହୋଇପାରନ୍ତି । ସ୍ବଅର୍ଜିତ ଧନରେ ଯାନବାହନ ସୁଖଭୋଗ କରିବେ । ସତ୍ୟବାଦୀ ହେବେ । ମୂଳା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ ।
ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଅତି ଭାଗ୍ୟଶାଳୀ, ପତ୍ନୀ-ପୁତ୍ରଯୁକ୍ତ ଓ ସଦାଚାରୀ ହେବେ । ଜ୍ୟୋତିଷପ୍ରେମୀ ହୋଇପାରନ୍ତି । ବ୍ୟବସାୟରତ ହେବେ । ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ ।
କୁମ୍ଭ: ଅତିଥିପରାୟଣ ହେବେ । ଶାସ୍ତ୍ରଚିନ୍ତକ, ନିଜ କୁଳପୋଷକ, ଭୋକିଲା ମୁଖରେ ଅନ୍ନଦାନ କରିପାରନ୍ତି । ଉତ୍ତମ ଲେଖକ ହୋଇପାରନ୍ତି । ଉପରୋକ୍ତ ଫଳ ଶତଭିଷାର; ଧନିଷ୍ଠା ଓ ପୂର୍ବଭାଦ୍ରର ସାମାନ୍ୟ ଶୁଭ ।
ମୀନ: ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ପରୋପକାରୀ ହେବେ । ଧାର୍ମିକ ପ୍ରକୃତିର ହେବେ । ଭ୍ରାତୃସ୍ନେହୀ ହେବେ । ମିଷ୍ଟଭାଷୀ ଓ ସନ୍ମାର୍ଗୀ ହେବେ । ପୂର୍ବଭାଦ୍ର ଓ ଉତ୍ତର ଭାଦ୍ର ନକ୍ଷତ୍ର ପରକଥା ଶୁଣି ନିଜର କ୍ଷତି କରିବେ ।
Comments are closed.