www.samajalive.in
Monday, December 15, 2025
16.1 C
Bhubaneswar

ଆମେରିକାରେ ପୁଣି ଫୁଟିଲା ଗୁଳି; ୨ମୃତ, ୬ ଆହତ

ୱାଶିଂଟନ୍‌: ଆମେରିକାରେ ଥମୁନି  ଗୁଳିକାଣ୍ଡ । ପୁଣି ଆମେରିକାର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଛି । ସେଣ୍ଟ୍ ଲୁଇସ୍ ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ ମସୌରୀର ସେଣ୍ଟ୍ ଲୁଇସ୍ ହାଇସ୍କୁଲରେ ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳି ଚଳାଇଥିବା ଅଭିଯୁକ୍ତ ମାନଙ୍କୁ ଅଧିକାରୀମାନେ ଗୁଳିକରି ହତ୍ୟା କରିଛନ୍ତି । ତେବେ ମୃତ ଅଭିଯୁକ୍ତ ମାନଙ୍କର ପରିଚୟ ସ୍ପଷ୍ଟ ହୋଇନାହିଁ । କାହିଁକି ସେମାନେ ଗୁଳିକାଣ୍ଡ ଘଟାଇଲେ ତାହା ଜଣାପଡ଼ିନାହିଁ ।

ଏହି ଗୁଳିକାଣ୍ଡକୁ ନେଇ କମିଶନର ମାଇକ୍ ସାକ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି, ସୋମବାର ସକାଳ ୯ଟା ସମୟରେ ସେଣ୍ଟ୍ରାଲ୍ ଭିଜୁଆଲ୍ ଏବଂ ପର୍ଫମିଂ ଆର୍ଟ ହାଇସ୍କୁଲରେ ପୁଲିସ ପହଞ୍ଚିଥିଲା । ​​ସେତେବେଳେ ଜଣେ ସକ୍ରିୟ ସୁଟର ଗୁଳି ଚଳାଇଥିବାର ସୂଚନା ପାଇବା ପରେ ଛାତ୍ରମାନେ ବାହାରକୁ ଦୌଡି ଚାଲିଆସିଥିଲେ । ଅଧିକାରୀମାନେ ସ୍କୁଲରେ ପ୍ରବେଶ କରିବା ସହ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲା । ଅଭିଯୁକ୍ତ ଜଣକ ପ୍ରାୟ ୨୦ ବର୍ଷର ଯୁବକ ବୋଲି ଜଣାପଡିଛି । ସେ କହିଛନ୍ତି ଯେ ଏହି ଏନକାଉଣ୍ଟରରେ କୌଣସି ଅଧିକାରୀ ଆହତ ହୋଇନାହାଁନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories