(୧) ଦୁର୍ବଳ ହେଲା ବାତ୍ୟା ‘ସିତ୍ରାଙ୍ଗ’… ଆଗାମୀ ୩ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ… ପରବର୍ତ୍ତୀ ୬ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା… ସେପଟେ ‘ସିତ୍ରାଙ୍ଗ’ ପ୍ରଭାବରେ ବାଂଲାଦେଶରେ ଜାରି ରହିଛି ପ୍ରବଳ ବର୍ଷା… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା…
(୨) ବାଂଲାଦେଶରେ ଧ୍ୱଂସ କରୁଛି ‘ସିତ୍ରାଙ୍ଗ’… ପ୍ରବଳ ବର୍ଷା ପବନରେ ଉପୁଡିଲା ବଡ଼ ବଡ଼ ଗଛ… ଭାଙ୍ଗିଲା ଘର… ବାତ୍ୟା ଯୋଗୁଁ ଗଲା ୭ଜଣଙ୍କ ଜୀବନ… କିଛି ଲୋକ ନିଖୋଜ ଥିବା ସୂଚନା… ତିନାକୋନା ଦ୍ୱୀପ ଓ ସାଣ୍ଡୱିଚରେ ବହୁଛି ୧୦୦ କିମି ବେଗରେ ପବନ… ସଜାଗ ରହିଛନ୍ତି ଉଦ୍ଧାରକାରୀ ଦଳ…
(୩)ଆମେରିକାରେ ପୁଣି ଫୁଟିଲା ଗୁଳି… ମସୌରୀର ସେଣ୍ଟ୍ ଲୁଇସ୍ ହାଇସ୍କୁଲରେ ଗୁଳିକାଣ୍ଡ… ଘଟଣାସ୍ଥଳରେ ୨ମୃତ, ୬ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ପୁଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ… ଗୁଳିକାଣ୍ଡର କାରଣ ଅସ୍ପଷ୍ଟ… ତଦନ୍ତ କରୁଛି ସେଣ୍ଟ୍ ଲୁଇସ୍ ପୁଲିସ…
(୪) ଆଜି ସୂର୍ଯ୍ୟ ପରାଗ… ଓଡ଼ିଶାରେ ଅପରାହ୍ଣ ୪ଟାରେ ଆଂଶିକ ଭାବେ ହେବ ଦୃଶ୍ୟମାନ… ସୂର୍ଯ୍ୟ ଉଦୟ ପୂର୍ବରୁ ପାକ ନିଷେଧ… ଦେବ ନୀତି ବନ୍ଦ… ଗତ ରାତି ୧୨ଟା ପରଠାରୁ ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି… ଖାଲି ଆଖିରେ ସୂର୍ଯ୍ୟ ନଦେଖିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ…
(୫) ଧାମନଗର ପାଇଁ ଅଣ୍ଟା ଭିଡ଼ିଲେଣି ନେତା… ଆସନ୍ତାକାଲିଠୁ ଉପନିର୍ବାଚନ ପାଇଁ ଜମିବ ପ୍ରଚାର… ବିଜେପି ପ୍ରାର୍ଥୀ ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ… ବିଜେଡି ମଧ୍ୟ ହେଲାଣି ସଜବାଜ… ପ୍ରଚାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ସେପଟେ କଂଗ୍ରେସ ଓ ସ୍ୱାଧୀନ ମଧ୍ୟ ଭୋଟରଙ୍କୁ ମନାଇବାକୁ କରୁଛନ୍ତି ଉଦ୍ୟମ…



