www.samajalive.in
Sunday, December 14, 2025
19.1 C
Bhubaneswar

ଜାତିଆଣ ବିବାଦ : ବାର ଦୁଆର ହେଉଛନ୍ତି ବିତାଡ଼ିତ ୨୦ ପରିବାର

ଶରଣକୁଳ : ଗ୍ରାମରେ ଜାତିଆଣ ବିବାଦକୁ ନେଇ ଦୀର୍ଘ ଦେଢ଼ ବର୍ଷ ହେବ ଗାଁ ଛାଡ଼ି ପିଲାଛୁଆଙ୍କ ସହିତ ବାହାରେ ଆଶ୍ରୟ ନେଇଥିବା ନୟାଗଡ଼ ଜିଲା ଶରଣକୁଳ ଥାନା ଜାକେଡ଼ା ଗାଁର ୨୦ଟି ପରିବାର ଦୁଃଖର ଅନ୍ତ ଘଟୁନି। ଜାତିଗତ ଭେଦଭାବ କାରଣରୁ ଗ୍ରାମରୁ ବିତାଡ଼ିତ ଉକ୍ତ ୨୦ ପରିବାରର ୮୦ରୁ ଅଧିକ ସଦସ୍ୟ ପ୍ରଥମେ ଶିଖରପୁର ପରେ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ୱର ପିଏମ୍‌ଜି ଛକ ଧାରଣାସ୍ଥଳରୁ ଆସି ଶରଣକୁଳ ଯାତ୍ରୀ ନିବାସରେ ଆଶ୍ରୟ ନେଇଛନ୍ତି। ଘଟଣାର ତୁରନ୍ତ ସମାଧାନ ପ୍ରତିଶ୍ରୁତି ସତ୍ତ୍ବେ ପ୍ରଶାସନିକ ସ୍ଥାଣୁତା କାରଣରୁ ଦୀର୍ଘ ୧୬ ମାସ ପରେ ମଧ୍ୟ ସଂପୃକ୍ତ ପରିବାର ଲୋକେ ଗାଁକୁ ଫେରିବାର ବାଟ ବାହାରି ପାରି ନାହିଁ।
ଚଳିତ ମାସ ୧୭ତାରିଖ ଦିନ ଜାକେଡା ମୌଜାର ନିର୍ଯାତିତ ଦଳିତଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଜିଲାପାଳଙ୍କୁ ଅତିରିକ୍ତ ଜିଲାପାଳ ବିଧାନଚନ୍ଦ୍ର ରାୟଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଅନୁସାରେ, ଜାକେଡା ମୌଜାର ଏହି ୨୦ ପରିବାର ନିଜ ମୌଜାକୁ ଫେରିବା ପାଇଁ ପ୍ରଶାସନ ପକ୍ଷରୁ ବାଧ୍ୟ କରାନଯାଉ। ଅନୁସୂଚିତ ଜାତି ଓ ଅନୁସୂତିତ ଜନଜାତି ନିର୍ଯାତନା ନିବାରଣ ନିୟମାବଳୀ ୧୯୯୫ଧାରା ୧୫ ମୁତାବକ ଅନ୍ୟତ୍ର ଥଇଥାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଏକ ସପ୍ତାହ ମଧ୍ୟରେ ସୁପାରିସ୍ କରାଯାଉ। ନଚେତ୍ ଓଡ଼ିଶା ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ନୟାଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଉପସଭାପତି ଦେବରାଜ ନାୟକ କହିଛନ୍ତି।
ସୂଚନାନୁସାରେ, ନୟାଗଡ଼ ଜିଲା ଶରଣକୁଳ ଥାନା ଜାକେଡ଼ା ଗାଁର ଅନୁସୂଚିତ ଜାତିର ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଗାଁ କୋଠ ସମ୍ପତ୍ତି ଯଥା ମାଛ, ଆମ୍ବତୋଟା, କାଜୁ ଜଙ୍ଗଲ ଆଦିରୁ ହେଉଥିବା ଆୟରେ ଗାଁର ଅନୁସୂଚିତ ଜାତି ୨୭ଟି ପରିବାରକୁ ସାମିଲ ନ କରି ବହୁସଂଖ୍ୟକ ଗୋଷ୍ଠୀ ଉପଭୋଗ କରି ଆସୁଥିଲେ। ପରେ ଗ୍ରାମ୍ୟ ମନ୍ଦିରରେ ପ୍ରବେଶ ଓ କୋଠଘର ନିର୍ମାଣ ଆଦି ଘଟଣାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ବିସ୍ଫୋରକ ରୂପଧାରଣ କରିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସାଙ୍ଗକୁ ଅନୁସୂଚିତ ଜାତିର ଦୁଇ ଜଣ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାଜନକ ହେବାରୁ ଦେଢ଼ ବର୍ଷ ପୂର୍ବେ ଅନୁସୂଚିତ ଜାତିର ୨୦ ପରିବାରର ପ୍ରାୟ ୮୦ ଜଣ ସଦସ୍ୟ ଗାଁ ଛାଡ଼ି ବାହାରକୁ ଚାଲି ଆସିଥିଲେ। ସେମାନେ କିଛି ଦିନ ଶିଖରପୁର ଗାଁରେ ଆଶ୍ରୟ ନେଇ ସେଠାରୁ ପ୍ରଶାସନିକ ହସ୍ତକ୍ଷେପ ପରେ ପାଣିପୋଇଲା ଚିନିକଳ ପରିସରରେ ରହିଥିଲେ। ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ପ୍ରଶାସନିକ ସ୍ତରରେ ତୁରନ୍ତ ସମାଧାନ କରାଯିବା ପରିବର୍ତ୍ତେ ନିରବତା ଅବଲମ୍ବନ କରାଯିବାରୁ ପ୍ରଭାବିତ ଲୋକେ ପିଲାଛୁଆ ଧରି ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ପିଏମ୍‌ଜି ଛକରେ ଧାରଣାରେ ବସିଥିଲେ। ନଭେମ୍ବର ୨୬ରେ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଧାରଣାକାରୀଙ୍କୁ ନୟାଗଡ଼ ଫେରାଇ ଆଣି ଶରଣକୁଳ ଯାତ୍ରୀ ନିବାସରେ ରଖାଯାଇଛି। ପ୍ରଶାସନିକ ପ୍ରତିଶ୍ରୁତିର ଦୀର୍ଘ ୧୦ ମାସ ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରି ନାହିଁ। କେବଳ ପରିବାର ସଦସ୍ୟଙ୍କ ଦୈନିକ ଖାଦ୍ୟପେୟ ବ୍ୟବସ୍ଥା ଶରଣକୁଳ ପଞ୍ଚାୟତ କରୁଛି। ପ୍ରଭାବିତଙ୍କୁ ଗାଁକୁ ଫେରାଇ ଆଣିବା ଜିଲା ପ୍ରଶାସନର ଦାୟିତ୍ବ। କିନ୍ତୁ ପ୍ରଶାସନର ନିରବତା ପ୍ରଭାବିତଙ୍କ ଲାଗି ଅସହ୍ୟ ହୋଇଛି। ଉଭୟ ପକ୍ଷର ଆପତ୍ତି ଅଭିଯୋଗ ଶୁଣିବା ପରେ ଜିଲା ପ୍ରଶାସନ ଶୀଘ୍ର ସୁବ୍ୟବସ୍ଥା କରିବାକୁ ରାଜ୍ୟ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ଉପସଭାପତି ଶ୍ରୀ ନାୟକ ଦାବି କରିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories