www.samajalive.in
Monday, December 15, 2025
15.1 C
Bhubaneswar

ବଢ଼ୁଛି କିଡ୍‍ନୀ ଓ ଯକ୍ଷ୍ମା ସମସ୍ୟା : ୭ ବର୍ଷରେ ଗଲାଣି ୪ଶହ ଜୀବନ

ଯାଜପୁର : ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କିଡ୍‍ନି ଓ ଯକ୍ଷ୍ମାଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ୭ ବର୍ଷ ମଧ୍ୟରେ ପାଖାପାଖି ୪ଶହରୁ ଊର୍ଦ୍ଧ୍ବ ଲୋକଙ୍କର ଏଥିରେ ମୃତ୍ୟ ଘଟିଲାଣି। ସେହିପରି ଏବେ ମଧ୍ୟ ଶତାଧିକ ଲୋକ କିଡ୍‍ନି ଓ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ କେତେକ ଚିକିତ୍ସିତ ହେଉଥିବା ବେଳେ ଆଉ କେତେକ ନିଜ ଭିଟାମାଟିକୁ ଛାଡି ନପାରି ଭାଗ୍ୟକୁ ଆଦରି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଅବଗତ ଅଛି। ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏହି ରୋଗରୁ ମୁକୁଳାଇବା ପାଇଁ କାହାରି ଟିକେ ହେଲେ ନିଘା ନାହିଁ।
ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି କ୍ରୋମ୍‌ ଉପତ୍ୟକା ଓ ଦାନଗଦୀ ବ୍ଲକ ଅଞ୍ଚଳକୁ ନେଇ ଗଢି ଉଠିଛି ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର। ଏହି ଅଞ୍ଚଳର ବାୟୁ, ଜଳ ଓ ଧୂଳିଧୂଆଁଜନିତ ରୋଗ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ମୃତ୍ୟୁର କାରଣ। ପ୍ରଦୂଷଣ ଜାଲରେ ଛନ୍ଦି ହୋଇପଡିଥିବା ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଯକ୍ଷ୍ମା ଓ କିଡ୍‍ନି ରୋଗରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣେ ଆରପାରିକୁ ଚାଲିଯାଉଛନ୍ତି। କ୍ରୋମ ଖଣି ଓ ଇସ୍ପାତ ଶିଳ୍ପ ଅଞ୍ଚଳର ପାଣି ଓ ପବନ ସବୁକିଛି ବିଷାକ୍ତ ହୋଇଯାଉଛି। ପ୍ରତ୍ୟେକ ଦିନ ସୁକିନ୍ଦା, ଯଖପୁରା, ରାବଣା, ଦାନଗଦୀ ସରକାରୀ ଡାକ୍ତରଖାନାକୁ ଏହି ରୋଗରେ ଆକ୍ରାନ୍ତ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ଜିଲା ସ୍ୱାସ୍ଥ୍ୟ ବିଭାଗ ଏଥିନେଇ ନାଚାର ହୋଇଯାଇଛି। ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର ବାହାବଳପୁର ଗାଁର ମଧୁ ରାଉତ ନାମକ ଜଣେ ବ୍ୟକ୍ତି କିଡ୍‍ନି ରୋଗରେ ପ୍ରାଣ ହରାଇଛନ୍ତି। ଠିକ୍‍ ବର୍ଷେ ପୂର୍ବରୁ ତାଙ୍କ ପୁଅ ପବିତ୍ର (୩୪) ଙ୍କର ମଧ୍ୟ ଏହି ରୋଗରେ ମୃତ୍ୟୁ ଘଟିଥିଲା। କେବଳ ଏହି ଦୁହିଁଙ୍କର ନୁହେଁ, ଏହି ଗାଁର ବଟ ସାହୁ ଓ ତାଙ୍କ ପତ୍ନୀ ନୟନୀ ସାହୁ କିଡ୍‍ନି ରୋଗରେ ଆଖି ବୁଜିଛନ୍ତି। ଏମାନଙ୍କ ବ୍ୟତୀତ କନ୍ଦିଆ ବେହେରା, ରାଧୁ ରାଉତ, ଚକ୍ରଧର ପଣ୍ଡା, ପାଣୁ ରାଉତ, ଦୁର୍ଯ୍ୟୋଧନ ସ୍ୱାଇଁ, ଗଣେଶ୍ୱର ରାଉତ, ବଟ ରାଉତ, ଗୋକୁଳାନନ୍ଦ ସ୍ୱାଇଁ, ବାବୁ ରାଉତ, ଯୁଧିଷ୍ଠିର ପାଣିଗ୍ରାହୀ, ଗଗନ ସ୍ୱାଇଁ, ଗୋବିନ୍ଦ ସ୍ୱାଇଁ ପ୍ରମୁଖ ଅନେକ ଲୋକ କିଡ୍‍ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କିମ୍ଭିରିଗଡିଆ ଟିକର ଓ ମାରୁଟିକର ଗାଁରେ କିଡନି ରୋଗରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସାନ୍ତରାପୁର ଗ୍ରାମରେ କିଡ୍‍ନି ରୋଗରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ କିଡ୍‍ନି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ରୋହିତ ଫେରୋଟେକ୍‍ ନିକଟସ୍ଥ ଚାନ୍ଦିଆ ପଞ୍ଚାୟତର ଟାଙ୍ଗର ସାହିରେ ମାତ୍ର ୨ବର୍ଷରେ ୧୫ରୁ ଅଧିକ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଛି। ପଙ୍କପାଳ ପଞ୍ଚାୟତର ଜଟରାପାଳ ଗାଁ ଝୁମ୍ପୁରୀ ସାହିର ଅନେକ ଲୋକ କିଡ୍‍ନି ରୋଗରେ ମରିଥିବା ବେଳେ ବହୁ ଲୋକ ଏବେ ବି ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ମାନତୀରା ପଞ୍ଚାୟତର ଗୁଳିଆସାହି ଓ ଦଲମାଣିଆ ଗ୍ରାମରେ ବହୁ ଲୋକ ଯକ୍ଷ୍ମା ଓ କିଡନି ରୋଗରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସେହିପରି ଟାଟା କାରଖାନାକୁ ଲାଗି ରହିଥିବା ବାରାଗଡିଆ ହରିଜନ ସାହିର ୧୧ଜଣ ଲୋକଙ୍କର କିଡ୍‍ନି ରୋଗରେ ମୃତ୍ୟୁ ହୋଇଛି। ପ୍ରାୟ ସୁକିନ୍ଦା ବ୍ଲକର ଅଧିକାଂଶ ଗାଁରେ ୧୦/୧୨ଜଣ ଲେଖାଏଁ ଯକ୍ଷ୍ମା, କିଡ୍‍ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଅନେକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଆବଶ୍ୟକୀୟ ପଦକ୍ଷେପ ନେଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ ଏଭଳିି ଭୟଙ୍କର ସ୍ଥିତିରୁ କିପରି ମୁକୁଳିବେ ତାହା ଏବେ ଚିନ୍ତାର କାରଣ ହୋଇଛି। ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories