www.samajalive.in
Tuesday, December 9, 2025
23.1 C
Bhubaneswar

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆତ୍ମ ନିର୍ଭର କୃଷକ ଯୋଜନା ଉଦଯାପନୀ ଉତ୍ସବ

ବୌଦ୍ଧ: ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁଭାରମ୍ଭ ହୋଇଥିବା ଆତ୍ମନିର୍ଭର କୃଷକ ଅଭିଯାନ ଜଗତି ଗ୍ରାମରେ ଉଦଯାପନୀ ଉତ୍ସହବ ପାଳନ କରାଯାଇଥିଲା । କେନ୍ଦ୍ର ସଂଚଳିକା ବି.କେ ମାମିନା ଭଉଣୀ ଅଭିଯାନର ସଫଳତା ପାଇଁ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ସହିତ  ଈଶ୍ବରୀୟ ଜ୍ଞାନ ଓ ଯୋଗ ବିଦ୍ୟାକୁ ଅଭ୍ୟାସ କରି ଜୀବନ ପରିବର୍ତ୍ତନ ପାଇଁ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀଙ୍କୁ ଜଣାଇଥିଲେ ।

ମୁଖ୍ୟ ଅତିଥି ରୂପେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ଯୋଗଦାନ କରି ସରକାରଙ୍କ ସମସ୍ତ ଯୋଜନାରେ କିପରି ଚାଷୀ ଭାଇମାନେ ଲାଭ ଉଠାଇ ନିଜ ଜୀବନ ଜୀବିକା ପାଇଁ ଉତ୍ସାହ ହୋଇ ପାରିବେ ସେ ବିଷୟରେ ପ୍ରେରଣାଦାୟୀ ମନ୍ତବ୍ୟ ଦେଇଥିଲେ । ସଭାକାର୍ଯ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଭାରତୀ ପୁରୋହିତ ଯୋଗଦାନ ଦେଇ ନିଜ ପଞ୍ଚାୟତରେ ଚାଷୀ ଭାଇ ମାନେ କିପରି ରାସାୟନିକ ସାର  ଓ ଔଷଧ ବ୍ୟବହାରକୁ ବଦଳାଇ ଜୈବିକ ଖତ ବ୍ୟବହାର କରି ପରିବାରକୁ ଶାନ୍ତିରେ ଚଳାଇ ପାରିବେ ସେନେଇ ବାର୍ତ୍ତା ଦେଇଥିଲେ । ଶ୍ରୀଯୁକ୍ତ ଭୋଳଗିରି ସାହୁ ରାଜ୍ୟ କୃଷକ ସମ୍ପାଦକ ନିଜର ବକ୍ତବ୍ୟ ରଖିଥିଲେ ।

- Advertisement -

ନିଜ ମାନସିକତାରେ ପରିବର୍ତ୍ତନ ନିତ୍ୟାନ୍ତ ଦରକାର ନିଜକୁ ରୋଗମୁକ୍ତ କରିବା ଓ ଆର୍ଥିକ ପରିବର୍ତ୍ତନ ପାଇଁ ଜୈବିକ ଖତ ଓ ଦେଶୀ ପକ୍ରିୟାରେ ଔଷଧ ତିଆରି ଚାଷ କାମରେ କିପରି ବ୍ୟବହାର କରାଯାଇ ପାରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ । ଉକ୍ତ ସଭାରେ ବି.କେ ରବି ଭାଇ  ନିଜ ଜୀବନକୁ ରୋଗ ଓ ଆର୍ଥିକ ଦୁର୍ବଳତାରୁ ମୁକ୍ତ ହେବାପାଇଁ ନିଶାଦ୍ରବ୍ୟ ସେବନରୁ ବିରତ ହେବାପାଇଁ ସନ୍ଦେଶ ପ୍ରଦାନ କରିଥିଲେ । ବି.କେ ସ୍ନେହଳତା ପୁରୋହିତ, ପ୍ରମୋଦ ଭାଇ, ଦ୍ବିତିକୃଷ୍ଣ ଭାଇ ଗ୍ରାମବାସୀ ମାନଂକୁ ଉତ୍ସହଭରା ଭାଷଣ ଦେଇଥିଲେ । ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସଦାନନ୍ଦ ପ୍ରଧାନ ଜୈବିକ ଚାଷ, ଓ ଗୌ ସୁରକ୍ଷା ପାଇଁ ଚାଷୀ ଭାଇଙ୍କୁ ପ୍ରେରଣାଦକ୍ଷଇ ଭାଷଣ ରଖିଥିଲେ ।

ବି.କେ ସରୋଜ ଭାଇ ସଭ‌ାକାର୍ଯ୍ୟ ପରିଚାଳନା କରି ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଅଭିଯାନ କିପରି ବୌଦ୍ଧ ଓ ହରଭଙ୍ଗା ବ୍ଲକର ୭୦ ଗ୍ରାମକୁ ଯାଇ ଚାଷୀଭାଇ ଜୈବିକ ଚାଷ ବିଷୟରେ ବୁଝାଇବା ସହିତ ମନର ବିଚାରକୁ ସଶକ୍ତ କରିବା ପାଇଁ ସଂସ୍ଥାର ଶିକ୍ଷା ଓ ରାଜଯୋଗ ବିଷୟରେ ବିଶେଷ ଭାବରେ ସନ୍ଦେସ ଦିଆଯାଉଥିଲା ବୋଲି ବର୍ଣ୍ଣନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଭିଯାନର ଯାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଗ୍ରାମର ଅଗ୍ରଣୀ ଚାଷୀନେତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଗିରି ସମସ୍ତ ଅତିଥି ଓ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories