www.samajalive.in
Tuesday, December 9, 2025
16.1 C
Bhubaneswar

୨୧କେଜି ଗଞ୍ଜେଇ ଜବତ; ବୁଲେଟ ସହ ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସକୁ ସଫଳତା ମିଳିଛି । ଗତ କିଛି ଦିନ ମଧ୍ୟରେ ପୁଲିସ କିଛି ଅଞ୍ଚଳରେ ବାରମ୍ବାର ଚଢ଼ାଉ କରିବା ସହ ଗଞ୍ଜେଇ ଜବତ  କରୁଛି । ପୁଲିସ ପାଟ୍ରୋଲିଂ କରିବା ସମୟରେ ମୁସେଲି ପାଙ୍ଗା ବ୍ରିଜ ନିକଟରେ ଏକ ବୁଲେଟରୁ ୨୧କେଜି ଗଞ୍ଜେଇ ଜବତ କରିଛି ।ତାହାସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ  ।  ଗିରଫ ବ୍ୟକ୍ତି ଜଣକ କଟକ ଜିଲ୍ଲା ନେମାଳ ଥାନା ମାଳି ଗାଁର ଯଶୋବନ୍ତ ବେହେରା (୩୪) ବୋଲି ଜଣାପଡ଼ିଛି । ତେବେ ଗୋଛାପଡ଼ା ଥାନାରେ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ୧୨୮/୨୦୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ, ଅଧିକ ତଦନ୍ତ ଚାଲୁ ରହିଥିବା ଗୋଛା ପଡ଼ା ଥାନା ଅଧିକାରୀ ରଂଜିତ କୁମାର ମୁନି ସୂଚନା ଦେଇଛନ୍ତି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories